Thu. Aug 13th, 2026

ପ୍ରେମିକ ପ୍ରେମିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

307 Views

ଭଦ୍ରକ: ରବିବାର ସକାଳେ ତିହିଡ଼ି ଥାନା ଅଧୀନ ଦୋଳସାହି ଅନ୍ତର୍ଗତ ଆମ୍ବଶିଶିର ନିକଟରେ ଦୁଇ ଜଣ ପ୍ରେମିକପ୍ରେମିକାଙ୍କ ଶବ ପଡ଼ିଥିବା ଦେଖାଯାଇଛି। ଗତ ବୁଧବାର ରାତିରୁ ସେମାନେ ନିରୁଦ୍ଦେଶ ହୋଇ ଯାଇଥିଲେ।

ଝିଅର ନାମ ସୀତାରାଣୀ ପ୍ରଧାନ ଓ ସେ ନବମ ଶ୍ରେଣୀରେ ପଢୁଥିଲେ। ୧୪ ବର୍ଷୀୟ ସୀତାରାଣୀ କେଦାରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜିତାନଗା ଗାଁ’ର ଦୁଃଖୀଶ୍ୟାମ ପ୍ରଧାନଙ୍କ ଝିଅ। ପୁଅର ନାମ ଦିନବନ୍ଧୁ ଜେନା ଏବଂ ତାକୁ ୧୭ ବର୍ଷ ହୋଇଥିଲା। ସେ ଦୋଳସାହି ଡିହମ୍ବାଇ ଗ୍ରାମର ସତ୍ୟବାନ ଜେନାଙ୍କ ପୁଅ।

ସେମାନେ ଆତ୍ମହତ୍ୟା କରିଥିବା କଥା ପାରିପାର୍ଶ୍ୱିକ ପରିସ୍ଥିତିରୁ ଜଣା ପଡୁନାହିଁ। ତେଣୁ, ଉଭୟଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି।

ଖବର ପାଇ ତିହିଡ଼ି ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟନାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିୟୋଗାନ୍ତ ଘଟନା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଶୋକାଚ୍ଛନ୍ନ ହୋଇ ପଡ଼ିଛନ୍ତି।

By amfnews

Related Post