Mon. Oct 5th, 2026

ପ୍ରିୟଙ୍କାଙ୍କ ଏଭଳି ଫଟୋ ଭାଇରାଲ ହେବା ପରେ ଗର୍ଭବତୀ ଥିବା ନେଇ ହୋଇଥିଲା ଚର୍ଚ୍ଚା, ସତ ଜାଣିବା ପାଇଁ ମା’ ମଧୁ ପ୍ରିୟଙ୍କାଙ୍କୁ ଫୋନ କରିବା ପରେ ସାମ୍ନାକୁ ଆସିଲା ଏଭଳି ଫଟୋ ପଛର କାରଣ

455 Views

ମୁମ୍ବାଇ: ବିବାହ ପରେ ଏବେ ଗର୍ଭବତୀ ଥିବା ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ଏକ ଇଭେଣ୍ଟରେ ଯୋଗ ଦେଇଥିବା ସମୟର ଫଟୋ ସୋସିଆଲ ମିଡିଆକୁ ଆସିବା ପରେ ସେ ଗର୍ଭବତୀ ଥିବା ନେଇ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଥିଲେ । ଫଟୋରେ ପ୍ରିୟଙ୍କାଙ୍କ ପେଟ ଟିକେ ଫୁଲିବା ଭଳି ନଜର ଆସୁଥିବାରୁ ଲୋକେ ଏଭଳି ଭାବିିଥିବା ଜଣା ପଡ଼ିଛି ।

ଧୀରେ ଧୀରେ ଚର୍ଚ୍ଚା ବଢ଼ିବା ପରେ ପ୍ରକୃତରେ ସତ କ’ଣ ତାହା ଜାଣିବା ପାଇଁ ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା ତାଙ୍କୁ କଲ୍‌ କରି ଏ ବିଷୟରେ ପଚାରିଥିଲେ । ଯାହା ପରେ ଫଟୋ ପଛରେ ଥିବା ରାଜ୍‌ର ଖୁଲାସା ହୋଇଥିଲା । ମୁଁ ଟିକେ ଥକି ଯାଇଥିଲି । ଯାହା ପାଇଁ ମୁଁ ଫଟୋରେ ଟିକେ ସୁସ୍ଥିଆ ଲାଗୁଛି । ଏହା ସହ କ୍ୟାମେରାର ଆଙ୍ଗେଲ ଭୁଲ ଥିବାରୁ ଏଭଳି ଫଟୋ ଆସି ଯାଇଥିବା ନିଜ ମା’ଙ୍କୁ କହିଥିଲେ ପ୍ରିୟଙ୍କା । ଯାହା ପରେ ତାଙ୍କ ମା’ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଲୋକମାନଙ୍କ ଭ୍ରମ ଦୂର କରିଥିଲେ ।

By amfnews

Related Post