Sat. Oct 3rd, 2026

ପ୍ରାର୍ଥୀ ଘୋଷଣା କଲା ବିଜେପି : ବାଲେଶ୍ବରରୁ ମାନସ, ତିର୍ତ୍ତୋଲରୁ ରାଜକିଶୋର

685 Views

ଭୁବନେଶ୍ୱର : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେପି ଆଜି ପ୍ରାର୍ଥୀ ଘୋଷଣା କରିଛି। ବାଲେଶ୍ୱର ସଦରରୁ ପୂର୍ବତନ ବିଧାୟକ ସ୍ବର୍ଗତ ମଦନ ‌ମୋହନ ଦତ୍ତଙ୍କ ପୁଅ ମାନସ କୁମାର ଦତ୍ତ ପ୍ରାର୍ଥୀ ହୋଇଛନ୍ତି। ସେହିପରି କଂଗ୍ରେସ ଛାଡ଼ି ନିକଟରେ ବିଜେପିରେ ସାମିଲ ହୋଇଥିବା ରାଜକିଶୋର ବେହେରାଙ୍କୁ ତିର୍ତ୍ତୋଲରୁ ପ୍ରାର୍ଥୀ କରାଯାଇଛି।

ବିଜେପିର କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଆଜି ଏ ସମ୍ପର୍କରେ ପ୍ରେସ୍ ବିଜ୍ଞପ୍ତି ଜାରି ହୋଇଛି। ନଭେମ୍ବର ୩ ତାରିଖରେ ଏହି ଦୁଇଟି ଆସନରେ ନିର୍ବାଚନ ହେବାକୁ ଯାଉଥିବାବେଳେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିବସ ରହିଛି ଅକ୍ଟୋବର ୧୬। ପ୍ରଥମ ବଡ଼ ଦଳ ଭାବେ ବିଜେପି ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ପରେ ବିଜେଡି ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବେ, ‌ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

By amfnews

Related Post