Fri. Sep 11th, 2026

ପ୍ରଧାନ ଶିକ୍ଷକଙ୍କ ବଦଳି ଯୋଗୁ ତାତିଲେ ଛାତ୍ରଛାତ୍ରୀ

168 Views

ବାଲିଗୁଡ଼ା :  ଗତ କିଛି ଦିନ ପୂର୍ବେ ପ୍ରଧାନଶିକ୍ଷକଙ୍କ ବଦଳି ହୋଇଯାଇଥିଲା। ଏଥିଯୋଗୁ ପାଠପଢା ବ୍ୟାଘାତ ହେଉଥିବା ଦର୍ଶାଇ ତାଙ୍କୁ ଫେରାଇ ଆଣିବାକୁ ଦାବି ଜଣାଇଲେ ଛାତ୍ରଛାତ୍ରୀ। ହେଲେ କେହି କର୍ଣ୍ଣପାତ କଲେନି। ପରିଶେଷରେ ଅନ୍ୟ ଉପାୟ ନ ପାଇ ଛାତ୍ରଛାତ୍ରୀ  ବିଇଓ ଅଫିସ୍ ଘେରାଉ କରିଛନ୍ତି। ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲାରେ।

ଝିରିପାଣି ହାଇସ୍କୁଲର ପ୍ରଧାନ ଶିକ୍ଷକ ଥିବା କୃଷ୍ଣଚନ୍ଦ୍ର ନାୟକଙ୍କର କିଛ ଦିନ ତଳେ ଅନ୍ୟ ଏକ ସ୍କୁଲକୁ ବଦଳି କରାଯାଇଥିଲା। ସେ ଏହି ସ୍କୁଲର ପ୍ରଧାନଶିକ୍ଷକ ଦାୟିତ୍ୱ ତୁଲାଇବା ସହ ଛାତ୍ରଛାତ୍ରୀଙ୍କୁ ପାଠ ମଧ୍ୟ ପଢ଼ାଉଥିଲେ। ହେଲେ ତାଙ୍କ ବଦଳି ହେବା ପରେ ସ୍କୁଲର ପାଠପଢ଼ାରେ ବ୍ୟାଘାତ ହୋଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

ଏନେଇ ଅଭିଭାବକମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ହେଲେ ସେମାନଙ୍କ ଦାବି ଉପରେ କେହି ଦୃଷ୍ଟିପାତ କରି ନଥିଲେ। ତେଣୁ ଆଜି ବାଧ୍ୟ ହୋଇ ଛାତ୍ରଛାତ୍ରୀ ସମେତ ଅଭିଭାବକ ତୁମୁଡ଼ିବନ୍ଧ ସ୍ଥିତ ବିଇଓ ଅଫିସ୍‌ ଘେରାଉ କରିଛନ୍ତି। ଦାବି ପୂରଣ ନହେବା ଯାଏ ଘେରାଉ ଜାରି ରହିବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ କହିଛନ୍ତି।

By amfnews

Related Post