Fri. Jul 3rd, 2026

ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିବା ପରେ ସେନ୍‌ସେକ୍ସ୍ ୬୦୦ ପଏଣ୍ଟ୍ ଟପିଲା

312 Views

ନୂଆଦିଲ୍ଲୀ: ଦେଶ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ନିମନ୍ତେ ପ୍ରଧାନମନ୍ତ୍ରୀ ଗତ ରାତିରେ ୨୦ ଲକ୍ଷ କୋଟି ଟଙ୍କାର ଷ୍ଟିମୁଲସ୍ ପ୍ୟାକେଜ୍ ଘୋଷଣା କରିବା ପରେ ଆଜି ସକାଳୁ ଭାରତୀୟ ସେୟାର୍ ବଜାର ୪% ବୃଦ୍ଧି ସହ ଖୋଲିଛି। ଅର୍ଥାତ୍ ସେନ୍‌ସେକ୍ସ୍ ୬୦୦ ପଏଣ୍ଟ୍‌ରୁ ଊର୍ଦ୍ଧ୍ବରେ ବ୍ୟବସାୟ ଆରମ୍ଭ କରିଥିବା ବେଳେ ନିଫ୍ଟି ୯, ୩୦୦ ରହିଛି।

ସକାଳୁ ଏସ୍ ଆଣ୍ଡ୍ ପି ବିଏସ୍ଇ ସେନ୍‌ସେକ୍ସ୍ ୧, ୪୭୦. ୭୫ ପଏଣ୍ଟ୍‌ ବା ୪.୬୯% ହୋଇଥିବା ବେଳେ ଏନ୍‌ଏସ୍ଇ ନିଫ୍ଟି ୫୦ ୯, ୫୮୪ରେ ଖୋଲିଥିଲା।

୩୦ଟି ସେନ୍ସେକ୍ସ ଷ୍ଟକ୍‌ରୁ ୨୭ଟି ଷ୍ଟକ୍ ସକାରାତ୍ମକରେ ଚାଲିଥିଲା। ୭. ୭୬% ବଢ଼ି ସେନ୍ସେକ୍ସ୍ ପ୍ରାପ୍ତିର ସର୍ବଗ୍ରେ ରହିଥିଲା ଆଇସିଆଇସିଆଇ ବ୍ୟାଙ୍କ୍।। ତା’ ପଛକୁ ରହିଥିଲା ମାରୁତି ସୁଜୁକି, ଏକ୍ସିସ୍ ବ୍ୟାଙ୍କ୍, ହିରୋ ମୋଟୋକର୍ପ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍। ନେସ୍‌ଲେ ଇଣ୍ଡିଆ, ସନ୍ ଫାର୍ମା ଏବଂ ଟିସିଏସ୍ ପଛରେ ପଡ଼ିଥିଲା।

ନିଫ୍ଟି ଆଇଟି ଏବଂ ନିଫ୍‌ଟି ଫାର୍ମା ଇଣ୍ଡେକ୍ସ୍‌ ବ୍ୟତୀତ ସବୁ ସେକ୍ଟରଗୁଡ଼ିକର ଇଣ୍ଡେକ୍ସ୍ ଭଲ ବ୍ୟବସାୟ କରୁଛି।

By amfnews

Related Post