Mon. Sep 7th, 2026

ପ୍ରଧାନମନ୍ତ୍ରୀଙ୍କ ସହିତ ବସି ଚନ୍ଦ୍ରଯାନ-୨ ଅବତରଣ ଦୃଶ୍ୟ ଦେଖିବେ ଡିଏଭି ସ୍କୁଲ୍‌ ଛାତ୍ର

374 Views

ସମ୍ବଲପୁର, : ୱେବ୍‌ସାଇଟ୍‌ www.mygov.inରେ ସ୍ପେସ୍‌ କୁଇଜ୍‌-୨୦୧୯ରେ ସର୍ବାଧିକ ନମ୍ବର ରଖି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଡିଏଭି ଏମ୍‌ସିଏଲ୍‌ ଲଖନପୁର କ୍ଷେତ୍ରର ଅଷ୍ଟମ ଶ୍ରେଣୀର ଛାତ୍ର ଚିନ୍ମୟ ଚୌଧୁରୀ। ତାଙ୍କର ସଫଳତା ଯୋଗୁଁ ସେପ୍ଟେମ୍ବର ୭ ତାରିଖରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବସି ଚନ୍ଦ୍ରଯାନ-୨ର ଚନ୍ଦ୍ରପୃଷ୍ଠରେ ଅବତରଣ ଦୃଶ୍ୟ ଦେଖିବାର ସୌଭାଗ୍ୟ ଅର୍ଜନ କରିବେ।

ଏହି ଦୃଶ୍ୟ ଦେଖିବା ପାଇଁ ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ ଅର୍ଗାନାଇଜେସନ୍‌(ଆଇଏସ୍‌ଆର୍‌ଓ) ପକ୍ଷରୁ ଚିନ୍ମୟଙ୍କୁ ସ୍ବତନ୍ତ୍ର ଭାବେ ଆମନ୍ତ୍ରଣ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା ଏମ୍‌ସିଏଲ୍‌ ଲଖନପୁର କୋଇଲା କ୍ଷେତ୍ରରେ କେମିଷ୍ଟ ଭାବେ କାର୍ଯ୍ୟରତ ପଙ୍କଜ କୁମାର ଚୌଧୁରୀ ଓ ଦୀପ୍ତିରାଣୀ ପଟେଲ୍‌ଙ୍କ ସୁପୁତ୍ର ଚିନ୍ମୟ ବନ୍ଧବାହାଲ ଡିଏଭି ସ୍କୁଲ୍‌ର ପଢ଼ନ୍ତି। ଏହି ସଫଳତା ପାଇଁ ଏମ୍‌ସିଏଲ୍‌ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ବିଏନ୍‌ ଶୁକ୍ଳା ଚିନ୍ମୟଙ୍କ ସହିତ ଶିକ୍ଷକ ଓ ଅଭିଭାବକଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

By amfnews

Related Post