Sun. Aug 2nd, 2026

ପ୍ରଥମ ଭାରତୀୟ ଭାବେ ସିପିଏଲ ଖେଳିଲେ ପ୍ରବୀଣ ତାମ୍ବେ

321 Views

ନୂଆଦିଲ୍ଲୀ, ଅଗଷ୍ଟ ୨୬ : ୪୮ ବର୍ଷ ବୟସ୍କ ଲେଗ୍ ସ୍ପିନର ପ୍ରବୀନ୍ ତାମ୍ବେ ତାଙ୍କ କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି । ପ୍ରଥମ ଭାରତୀୟ ଭାବେ କାରିବିଆନ୍ ପ୍ରିମିୟର ଲିଗ୍ (ସିପିଏଲ୍‌) ଖେଳିଛନ୍ତି ତାମ୍ବେ । ଆଜି ତ୍ରିନବାଗୋ ନାଇଟ୍ ରାଇଡର୍ସ ପକ୍ଷରୁ ସେଣ୍ଟ ଲୁସିଆ ଜୁକ୍ସଙ୍କ ବିପକ୍ଷରେ ନିଜର ସିପିଏଲ କ୍ୟାରିୟର ଆରମ୍ଭ କରିଛନ୍ତି ତାମ୍ବେ ।

୩୨ ବର୍ଷୀୟ ପୂର୍ବତନ ଭାରତୀୟ ୧୯ ବର୍ଷରୁ କମ ବିଶ୍ୱକପ ଦଳର ଖେଳାଳି ତଥା ପୂର୍ବତନ ଆଇପିଏଲ ଖେଳାଳି ସନ୍ନି ସୋହଲ ସିପିଏଲର ୨୦୧୮ ସଂସ୍କରଣରେ ବାରବାଡୋସ୍ ଟ୍ରାଇଡେଣ୍ଟସ୍ ପାଇଁ ଖେଳିଥିଲେ କିନ୍ତୁ ସେ ଆମେରିକାର ନାଗରିକ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ମନୋନୀତ ହୋଇଥିଲେ ।

୪୧ ବର୍ଷ ବୟସରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ୍ ୨୦୧୩ ସିଜିନରେ ଡେବ୍ୟୁ କରିଥିଲେ ତାମ୍ବେ । ଏହି ଟୁର୍ନାମେଣ୍ଟରେ ଡେବ୍ୟୁ କରିବାରେ ସବୁଠାରୁ ବୟସ୍କ ଖେଳାଳି ଭାବେ ରେକର୍ଡ ତାମ୍ବେଙ୍କ ନାମରେ ରହିଛି । । ସେ ୨୦୧୩ ରେ ଚାମ୍ପିଅନ୍ସ ଲିଗ୍ ଟି -୨୦ ଟୁର୍ନାମେଣ୍ଟରେ ସର୍ବାଧିକ ୱିକେଟ୍ ନେଇଥିଲେ ଏବଂ ସେହି ବର୍ଷ ମୁମ୍ବାଇର ରଣଜୀ ଟ୍ରଫି ପକ୍ଷରୁ ତାଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା ।

ଦୁଇ ଭାରତୀୟ ଖେଳାଳିଙ୍କ ତାମ୍ବେ ଏବଂ ଆସାଦ ଖାନ ଚଳିତ ବର୍ଷ ସିପିଏଲ ଡ୍ରାଫ୍ଟରେ ସାମିଲ ହୋଇଥିଲେ । ଭାରତୀୟ ଖେଳାଳିଙ୍କୁ ବର୍ତ୍ତମାନ ଘରୋଇ କ୍ରିକେଟରୁ ଅବସର ନନେଲେ ବିଦେଶ ଲିଗରେ ଖେଳିବାକୁ ଅନୁମତି ଦିଆଯାଉ ନାହିଁ ।

By amfnews

Related Post