Thu. May 14th, 2026

ପ୍ରଥମ ଟିକା ନେବେ ସୋଆ କୂଳପତି, ସେପଟେ ଭାକସିନ୍ ନେଇ ପାର୍ଶ୍ୱପ୍ରତିକ୍ରିୟା ହେଲେ ମିଳିବ କ୍ଷତିପୂରଣ

388 Views

ଭୁବନେଶ୍ୱର,ଜାନୁଆରୀ ୧୬ : କରୋନା ଟିକାକରଣକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଥିବା ବେଳେ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଏହି ମହାସଂଘର୍ସ । ଟିକାକରଣ ପାଇଁ ଜୋରସୋର ରେ ଆରମ୍ଭ ହୋଇଯାଇଛି କାର୍ଯ୍ୟକ୍ରମ । ତେବେ ପ୍ରଥମ ଦିନରେ ସମ୍ ହସ୍ପିଟାଲରେ ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବା ବେଳେ ପ୍ରଥମ ଟିକା ନେବେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) କୁଳପତି ତଥା ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର ।

ଆଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ପୂର୍ବରୁ କୋଭାକ୍ସିନ୍‌ର କ୍ଲିନିକାଲ ଟ୍ରାଏଲ ହୋଇଥିଲା । ରାଜ୍ୟର ଏକମାତ୍ର ସ୍ୱାସ୍ଥ୍ୟ ଅନୁଷ୍ଠାନ ଯେଉଁଠି କରୋନା ଟିକାର କ୍ଲିନିକାଲ ଟ୍ରାଏଲ ହୋଇଛି । ସମ୍‌ରେ ଟିକାକରଣ ପାଇଁ ୬ ଟି ଅସ୍ଥାୟୀ ହଲ୍‌କୁ ପ୍ରସ୍ତୁତ ରଖାଯାଇଛି । ଟିକାନେବାର ଅଧ ଘଣ୍ଟା ଯାଏ ଅପେକ୍ଷା କରି ରହିବେ ହିତାଧିକାରୀ ।

କୌଣସି ପ୍ରକାର ଅସୁବିଧା ହେବନି । ୨ ଟି ହଲ୍‌କୁ ପଞ୍ଜିକରଣ, ୨ଟିକୁ ଟିକାଦାନ କେନ୍ଦ୍ର ଓ ଆଉ ୨ଟିକୁ ଅବଜରଭେସନ୍ ରୁମ୍ କରାଯାଇଛି । ଭାରତ ବାୟୋଟେକ୍‌’ ଉତ୍ପାଦ କରୋନାଭାଇରସ୍ ନିରୋଧୀ ଟିକା ‘କୋଭାକ୍ସିନ୍‌’ ନେବାଦ୍ୱାରା ଯଦି କୌଣସି ହିତାଧିକାରୀଙ୍କ ଠାରେ ସାଙ୍ଘାତିକ ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି ହୁଏ, ତେବେ ତାଙ୍କୁ କ୍ଷତିପୂରଣ ଦିଆଯିବ। ଶୁକ୍ରବାର ଦିନ ଟିକାକରଣ କେନ୍ଦ୍ରମାନଙ୍କରେ ବଣ୍ଟନ କରାଯାଇଥିବା ସମ୍ମତି ଫର୍ମର ସବା ଉପରେ ଉଲ୍ଲେଖଥିବା ସର୍ତ୍ତାବଳିରେ ଏ କଥା ଉଲ୍ଲେଖ ଥିବା ଜଣାପଡ଼ିଛି।

By amfnews

Related Post