Wed. Aug 19th, 2026

ପ୍ରତାପ ଜେନା ପାଇବେ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର

249 Views

ଭୁବନେଶ୍ବର : ରାଜ୍ୟ ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ ପ୍ରତାପ ଜେନା ଚଳିତବର୍ଷ ପାଇଁ ଫେମ୍ ଇଣ୍ଡିଆ ପକ୍ଷରୁ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇବେ। ଆସନ୍ତାକାଲି ଶ୍ରୀ ଜେନା ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏହି ପୁରସ୍କାର ଗ୍ରହଣ କରିବେ। ଫେମ୍ ଇଣ୍ଡିଆ ପକ୍ଷରୁ ରାଜ୍ୟ ମନ୍ତ୍ରୀମାନଙ୍କ ବିଭିନ୍ନ କାର୍ଯ୍ୟର ଆକଳନ କରାଯାଇ ସରକାରୀ ଯୋଜନାଗୁଡ଼ିକୁ ଠିକଣା ବାଟରେ ଦୁର୍ନୀତିମୁକ୍ତ ଭାବେ ପରିଚାଳନା କରିବା ନେଇ ଏହି ସଂସ୍ଥା ଜାତୀୟ ସ୍ତରରେ ପୁରସ୍କାର ପ୍ରଦାନ କରିଥାଏ। ଫଳରେ ମନ୍ତ୍ରୀମାନଙ୍କ କାର୍ଯ୍ୟର ଠିକଣା ଆକଳନ କରାଯିବା ସହ ଲୋକଙ୍କ ଆଖିରେ ସରକାରଙ୍କ ସଫଳତାକୁ ପ୍ରଦର୍ଶିତ କରିଥାଏ।

By amfnews

Related Post