Sat. Sep 12th, 2026

ପୋଲରୁ ଝୁଲନ୍ତା ମୃତଦେହ ଉଦ୍ଧାର, ମିଳୁନି ପରିଚୟ

503 Views

ବାରିପଦା : ବାରିପଦା ସହରର ବାରୁଣି ଶିବ ମନ୍ଦିର ନିକଟରେ ଥିବା ଜରାଳୀସରାଳୀ ନଦୀ ପୋଲରେ ଝୁଲନ୍ତା ଅବସ୍ଥାରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର ହୋଇଛି। ମୃତକଙ୍କ ଆନୁମାନିକ ବୟସ ୫୦ରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାଯାଇଛି।

ପୋଲ ବାଡ଼ରେ ଏକ ରଶି ବନ୍ଧା ଯାଇଥିବା ବେଳେ ସେଥିରେ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଆଜି ସକାଳୁ ସ୍ଥାନୀୟ ଲୋକେ ଏହା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବାରିପଦା ଟାଉନ୍‌ ପୁଲିସ୍‌ ପହଞ୍ଚି ମୃତ ଶରୀର ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଶବକୁ ତଳକୁ ଓହ୍ଲାଇ ଦେଇଛନ୍ତି।

ପାରିପାର୍ଶ୍ୱିକ ସ୍ଥିତିରୁ ସେ ସେଠାରେ ଆତ୍ମହତ୍ୟା କରି ଥାଇପାରନ୍ତି କିମ୍ବା ତାଙ୍କୁ କେହି ହତ୍ୟା କରି ସେଠାରେ ଟାଙ୍ଗି ଦେଇ ଥାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି।

By amfnews

Related Post