Wed. Sep 23rd, 2026

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇଜଣଙ୍କୁ ଟ୍ରକ୍ ଚପାଇ ହତ୍ୟା କରାଯାଇଥିବା ଅଭିଯୋଗ

287 Views

ଭଞ୍ଜନଗର  :  ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଚଢ଼ିଆପଲ୍ଲୀ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଚଢ଼ିଆପଲ୍ଲୀ ଗାଁରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଥିବା କୁଶାପଲ୍ଲୀ ଛକରେ ଗତ କାଲି ରାତିରେ ଟ୍ରକ୍ ଚପାଇ ଦିଆଯାଇ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଚଢ଼ିଆପଲ୍ଲୀ ଗାଁର ରାମଚନ୍ଦ୍ର ଗୌଡ଼ (୪୨) ଓ କୃଷ୍ଣ ନାୟକ(୩୫) । ସେମାନଙ୍କୁ ଟ୍ରକ୍ ଚଢ଼ାଇ ହତ୍ୟା କରାଯାଇଥିବା ନେଇ  ପରିବାର ଲୋକ ଅଭିଯୋଗ କରିଛନ୍ତି ।

ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ରାମଚନ୍ଦ୍ରଙ୍କର ଟୁକୁ ପାଢ଼ୀ ନାମକ ଏକ ବ୍ୟକ୍ତିଙ୍କ ସହିତ ଗତକାଲି ବଚସା ହୋଇଥିଲା । ଏହି ସମୟରେ ଟୁକୁ ରାମଚନ୍ଦ୍ରଙ୍କୁ ହତ୍ୟା ଧମକ ବି ଦେଇଥିଲେ। ଏହି ଘଟଣା ସଂପର୍କରେ ରାମଚନ୍ଦ୍ର ଥାନାକୁ ଅଭିଯୋଗ କରିବାକୁ ଯାଉଥିଲେ । ଏହି ସମୟରେ କୃଷ୍ଣ ଲିପ୍ଟ ମାଗି ତାଙ୍କ ସହିତ ଯାଉଥିଲେ । ଥାନାକୁ ଯିବା ବେଳେ ଏକ ଟ୍ରକ୍ ଚପାଇ ଉଭୟଙ୍କୁ ହତ୍ୟା କରାଯାଇଥିବାର ଉଭୟ ପରିବାରର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଉଭୟଙ୍କର ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

By amfnews

Related Post