Mon. Oct 12th, 2026

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨୧ ବଖରା ଘର

201 Views

ଡେଲାଙ୍ଗ: ଗତକାଲି ବିଳମ୍ବିତ ରାତ୍ରରେ ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ଥାନାର ମାଛପଡ଼ା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । ଏଥିରେ ୨୧ ବଖରା ଘର ଜଳି ଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ,ଗତକାଲି ରାତ୍ରି ପ୍ରାୟ ସାଢ଼େ ୧୨ଟା ସମୟରେ ମାଛପଡ଼ା ଗ୍ରାମର ଭାଗିରଥୀ ସ୍ବାଇଁଙ୍କ ଘରେ ସେହି ଗାଆଁର ଆଲୁ ମହାନ୍ତି ନାମକ ଜଣେ ଲୋକ ଏବଂ ତାର ଜଣେ ସହଯୋଗୀ ନିଆଁ ଲଗାଇ ଦେଇଥିଲେ। ଏହାପରେ ସେଦୁହେଁ ଦୌଡ଼ି ପଳାଉଥିବାର ଦେଖିବାକୁ ପାଇଥିଲେ କିଛି ଗ୍ରାମବାସୀ ।

ତାପରେ ଗ୍ରାମବାସୀ ନିଆଁ ଲାଗିଥିବା ନେଇ ଡେଲାଙ୍ଗ ଅଗ୍ନିଶମ ସେବା ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପ୍ରାୟ ୫ଘଣ୍ଟା ଧରି ନିଆଁ ଲିଭାଇଥିଲେ। ହେଲେ ଏଥିରେ ବିପୁଳ ପରିମାଣର ଧାନ ମୁଗ ଆଦି ଶସ୍ୟ,କପଡ଼ା, ଅଳଙ୍କାର ଏବଂ ଟଙ୍କା ପୋଡ଼ି ହୋଇ ଯାଇଥିବାର ଖବର ମିଳିଛି। ଭାଗିରଥୀ ସ୍ବାଇଁଙ୍କ ସହ ଆଲୁ ମହାନ୍ତିଙ୍କର ପୂର୍ବ ଶତ୍ରୁତା ଏହାର କାରଣ ବୋଲି କୁହାଯାଉଛି। ଡେଲାଙ୍ଗ ପୁଲିସ ନିଆଁ ଲଗାଇବା ସନ୍ଦେହରେ ଥାନାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ଆଲୁ ମହାନ୍ତି କିନ୍ତୁ ଫେରାର ହୋଇଯାଇଥିବା କୁହାଯାଉଛି।

By amfnews

Related Post