Fri. Jul 3rd, 2026

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସନାତନ ବିଶିଙ୍କ ପରଲୋକ

276 Views

ସମ୍ବଲପୁର : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସନାତନ ବିଶିଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ସମ୍ବଲପୁରର ହୀରାକୁଦ କଲୋନୀ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। କିଛିଦିନ ହେଲା ସେ ବିଭିନ୍ନ ପ୍ରକାର ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ।

ସନାତନ ୧୯୯୪ରୁ ୨୦୦୦ ମସିହା ଯାଏ ରାଜ୍ୟସଭା ସଦସ୍ୟ ଥିଲେ। ୨୦୦୦ ମସିହାରେ ବିଜେଡି ପକ୍ଷରୁ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଆସନରୁ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। ଏହା ପରେ ୨୦୦୪ରେ ସେ ପୁଣି ଥରେ ଏହି ଆସନରୁ ବିଜୟୀ ହୋଇଥିଲେ। ଦ୍ୱିତୀୟ ଥର ବିଜୟୀ ହେବା ପରେ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଏହା ପରେ ସେ ଆଉ ନିର୍ବାଚନ ଲଢ଼ି ନଥିଲେ। ତାଙ୍କ ପରଲୋକରେ ବିଭିନ୍ନ ବର୍ଗର ଲୋକେ ଶୋକ ପ୍ରକାଶ କରିଛନ୍ତି।

By amfnews

Related Post