Thu. Aug 13th, 2026

ପୂର୍ବତନ ସୈନିକଙ୍କ ନିଯୁକ୍ତି କୋଟାକୁ ଜାଣିଶୁଣି ଆର୍ଏସ୍ପି ଅଣଦେଖା କରୁଛି

234 Views

ରାଉରକେଲା, ୨୬ା୧୦  : ପୂର୍ବତନ ସୈନକଙ୍କୁ ନିଯୁକ୍ତି ଦାବୀରେ ୫୩ଦିନ ପୂର୍ବରୁ ଚାଲିଥିବା ଆନ୍ଦୋଳନ ଆଜି ମଧ୍ୟ ବିଶ୍ରା ଛକ ଠାରେ କଳାପତାକା ଓ ବ୍ୟାନର ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୂର୍ବତନ ସୈନିକମାନଙ୍କ ନିଯୁକ୍ତି କୋଟାକୁ ଆରଏସ୍ପି କର୍ତ୍ତୃପକ୍ଷ ଜାଣିଶୁଣି ଅଣଦେଖା କରି ଆସୁଅଛି । ବିଭିନ୍ନ ସମୟରେ ହେଉଥିବା ନିଯୁକ୍ତି ବିଜ୍ଞାପନରେ ରାଉରକେଲା ଇସ୍ପାତ କାରଖାନ ଜବାନମାନଙ୍କ କୋଟାକୁ ବାଦ୍ ରଖିଥିଲା । ବିଗତ ୨୦ ବର୍ଷ ହେବ ଏହି ନିଯୁକ୍ତି କୋଟାକୁ ଏକ ସ୍ୱତନ୍ତ୍ର ନିଯୁକ୍ତି ପାଇଁ ଦାବୀ କରୁଥିବା ଆନ୍ଦୋଳନ ଓ ବିକ୍ଷୋଭକୁ ସାଧାରଣ ଜନତା, ବିଭିନ୍ନ ସାମାଜିକ ସଂଗଠନ ଓ ରାଜନୈତିକ ମହଲରୁ ସମର୍ଥନ ମିଳିଥିଲେ ମଧ୍ୟ ଆରଏସ୍ପି କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ଆଜି ପର୍ଯ୍ୟନ୍ତ ଧ୍ୟାନ ଦେଉନାହାଁନ୍ତି ।

ଆଜି ପୂର୍ବତନ ସୈନିକ ସଂଘର ମେଜର ଅକ୍ଷୟ କୁମାର ସାମଲ କଳା ପତାକା ବିକ୍ଷୋଭ ସହିତ ନ୍ୟାର୍ଯ୍ୟଦାବୀ ପାଇଁ ସର୍ବଭାରତୀୟ ସ୍ଥର ଯଥା ଯନ୍ତରମନ୍ତରରେ ଏବଂ ଆରଏସ୍ପିଙ୍କ ବିରୁଦ୍ଧରେ କାନୁନନ୍ ସହାୟତା ନିଆଯିବ ବୋଲି କହିଥିଲେ । ଏହି ବିକ୍ଷୋଭରେ ଡ଼ି.ଏନ୍.ପଣ୍ଡା, ମୁରଲିଧର ମହାନ୍ତ, ପ୍ରକାଶ ଚନ୍ଦ୍ର ପରିଜା, ସରୋଜ କୁମାର ପରିଡ଼ା, ଜୟନ୍ତ ବେରିହା, ଚକ୍ରାନ୍ତ ଜେନା, ମେଜର ଅକ୍ଷୟ ସାମଲ, ଧିରେନ୍ଦ୍ର ନାଥ ପଣ୍ଡା, ରଣଜିତ ସିଂ, ସାଧବ ମହନ୍ତ, ବିନୋଦ ପଡିହାରୀ,କୃଷ୍ଣଚନ୍ଦ୍ର ପରିଡା,କ୍ଷୀରୋଦ ମହାପାତ୍ର, ସୁବେଦାର ଏକ୍କା, ତ୍ରିଲୋଚନ ପ୍ରଧାନ, ଏସ୍ ଶର୍ମା, ସାଧାରଣ ସମ୍ପାଦକ ନିର୍ମଳ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ପୂର୍ବତନ ସୈନିକମାନଙ୍କ କଳାପତାକା ପ୍ରଦର୍ଶନ ଓ ବିକ୍ଷୋଭ ବିଶ୍ରାଛକ ଠାରେ ଜାରି ରହିବ ବୋଲି ସୈନିକ ସଂଘ ସାଧାରଣ ସଂପାଦକ ନିର୍ମଳ କୁମାର ଦାସ କହିଛନ୍ତି ।

By amfnews

Related Post