Tue. Sep 15th, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଘରେ ଓ ଅଫିସରେ ଆୟକର ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ

235 Views

ହାଇଦ୍ରାବାଦ, ନଭେମ୍ବର ୨୪: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ତେଲଗୁଦେଶମ ପାର୍ଟି ସାଂସଦ ଓ୍ଵାଇଏସ ଚୌଧୁରୀଙ୍କ ଘରେ ଓ କାର୍ଯ୍ୟାଳୟରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି। ବେଆଇନ ଟଙ୍କା ଦେଣନେଣ ଓ ଆର୍ଥିକ ଅନିୟମିତା ଅଭିଯୋଗରେ ଶ୍ରୀ ଚୌଧୁରୀଙ୍କ ହାଇଦ୍ରାବାସସ୍ଥିିତ ବାସଭବନ ଓ ଅଫିସରେଏହି ଚଢ଼ାଉ କରାଯାଇଛି।

ଇଡି ଓ ଆୟକରବିଭାଗ ଏହି ଚଢ଼ାଉ କରୁଥିବା ନେଇ ଶ୍ରୀ ଚୌଧୁରୀଙ୍କ ଜଣେ ଘନିଷ୍ଟ ସହଯୋଗୀ ସ୍ୱୀକାର କରିଛନ୍ତି। ଚେନ୍ନାଇରୁ ଆସିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି) ଓ ଆୟକର ଅଧିକାରୀମାନେ ଶ୍ରୀ ଚୌଧୁରୀଙ୍କ ସୁଜାନା ଗ୍ରୁପ୍‌ ଅପ ଇଣ୍ଡଷ୍ଟ୍ରିଜ୍‌ର ବିଭିନ୍ନ କାର୍ଯ୍ୟାଳୟରେ ଗତକାଲି ଠାରୁ ଏହି ଚଉାଉ କରୁଥିବା ଜଣାପଡ଼ିଛି।

ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ବିଭିନ୍ନ ଗ୍ରୁପରେ ଭାଗ ହୋଇ ଏକକାଳୀନ ଶ୍ରୀ ଚୌଧୁରୀଙ୍କ ସ୍ପ୍ଲେଣ୍ଡିଡ୍‌ ମେଟାଲ ପ୍ରଡକ୍ଟ୍‌ସ ଲିମିଟେଡ୍‌ ଓ ବଡ଼୍‍ଜାରା ହିଲ୍ସ ସ୍ତିତ ସୁଜାନା ୟୁନିଭର୍ସାଲ ଇଣ୍ଡଷ୍ଟ୍ରିଜ୍‌ରେ ଚଢ଼ାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାଯାଇଛି।ସେହିପରି ଆୟକର ବିଭାଗ ଅଧିକାରୀମାନେ ଶଅ୍ରୀ ଚୌଧୁରୀଙ୍କ ଜୁବ୍‌ଲି ହିଲ୍ସ ସ୍ଥିତ ଅଫିସରେ ମଧ୍ୟ ଚଢ଼ାଉ ଜାରି ରଖିଛନ୍ତି।

By amfnews

Related Post