Wed. Sep 23rd, 2026
439 Views

ଟିଟିଲାଗଡ଼-ରାଇପୁର ରେଳ ସେକ୍ସନରେ ଟିଟିଲାଗଡ଼ଠାରୁ ପ୍ରାୟ ୫୦ କିମି ଦୂରରେ ଏହା ଅବସ୍ଥିତ। ଗତ ବର୍ଷକ ମଧ୍ୟରେ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରୁ ୮ଟି ଷ୍ଟେସନ୍‌ରୁ ପୂର୍ବ ପ୍ରଚଳିତ ସାଙ୍କେତିକ ବ୍ୟବସ୍ଥାକୁ ଅପସାରଣ କରିସାରିଛି। ସେଗୁଡ଼ିକ ହେଲା ଲଖନା, ଖରିଆର ରୋଡ୍‌, ନୂଆପଡ଼ା ରୋଡ୍‌, ଭୀମଖୋଜ, ବାଗବାହାରା, କୋମାଖାନ, ହରିଶଙ୍କର ରୋଡ୍‌, ତୁରେଇକେଲା ରୋଡ୍‌। ଏହି ସମସ୍ତ ଷ୍ଟେସନଗୁଡ଼ିକ ଟିଟିଲାଗଡ଼-ରାଇପୁର ରେଳସେକ୍ସନରେ ରହିଛି। ପୂର୍ବ ପ୍ରଚଳିତ ସାଙ୍କେତିକ ବ୍ୟବସ୍ଥା ପରିବର୍ତ୍ତେ ବହୁମୁଖୀ ରଙ୍ଗିନ ଆଲୋକ ସାଙ୍କେତିକ ବ୍ୟବସ୍ଥା ବହୁ ଉନ୍ନତମାନର। ଏହା ଟ୍ରେନ୍‌ ଚାଳକଙ୍କୁ ବହୁ ବ୍ୟବଧାନରୁ ଦୃଶ୍ୟମାନ ହେବ। ଫଳରେ ନିରାପତ୍ତା ସହ ଟ୍ରେନ୍‌ ପରିଚାଳନା କ୍ଷେତ୍ରରେ ଏହା ସହାୟକ ହେବ। ଏହାବ୍ୟତୀତ ବିଦ୍ୟୁତ ସର୍କିଟ ଯୋଗୁଁ ବିଫଳତା ପ୍ରତି ନଜର ଦେବା ସହିତ ଇଣ୍ଟରଲକିଂ ଓ ନିରାପତ୍ତା ସମ୍ବନ୍ଧୀୟ ଅନ୍ୟାନ୍ୟ ତ୍ରୁଟି ବିଷୟରେ ଅବଗତ କରାଇଥାଏ। ଯାହାକି ପୂର୍ବ ସାଙ୍କେତିକ ବ୍ୟବସ୍ଥା ଠାରୁ ଅଧିକ ଉନ୍ନତ ଅଟେ।

By amfnews

Related Post