Sun. Sep 27th, 2026

ପୁଲ୍‌ଓ୍ଵାନା ଆକ୍ରମଣ ବେଳେ ପତ୍ନୀଙ୍କ ସହ କଥା କହୁଥିଲେ ଯବାନ୍‌: ପତ୍ନୀ ଶୁଣିଲେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ

511 Views

କାନପୁର: ଗୁରୁବାର ଦିନ ପୁଲ୍‌ଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସିଆର୍‌ପିଏଫ୍‌ ଯବାନ ପ୍ରଦୀପ ସିଂହ ଯାଦବଙ୍କ ଶେଷ ଫୋନ୍‌ କଲ୍‌ ପତ୍ନୀ ନୀରଜ ଦେବୀଙ୍କ ନିକଟକୁ। ଆତ୍ମଘାତି ଏସ୍‌ୟୁଭି ସେ ଯାତ୍ରା କରୁଥିବା ବସ୍‌କୁ ଧକ୍କା ଦେବା ସମୟରେ ସେ ପତ୍ନୀଙ୍କ ସହ ଫୋନ୍‌ ଯୋଗ କଥାବାର୍ତ୍ତା କରୁଥିଲେ।

ଉତ୍ତର ପ୍ରଦେଶର କନ୍ନୌଜ ଜିଲ୍ଲା ଅନ୍ତର୍ଗତ ଆଜାନ୍‌ ସୁଖସେନପୁର ଗାଁ’ର ନୀରଜ ଦେବୀ କହନ୍ତି: ସ୍ୱାମୀଙ୍କ ସହ ଫୋନ୍‌ରେ କଥା କହୁଥିବା ବେଳେ ସେପଟୁ କାନ ଅତଡ଼ା ଫାଟିବା ପରି ଶବ୍ଦ ଶୁଣିଲି, ପର ମୁହୂର୍ତ୍ତରେ ସବୁ ନିରବ ଏବଂ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା। କିଛି ଅଘଟଣ ଘଟିଲା ଜାଣି ତାଙ୍କର ଭଳମନ୍ଦ ଜାଣିବାକୁ କେତେ ଥର ଉଦ୍ୟମ କଲି, କିନ୍ତୁ ମୋର ସବୁ କିଛି ସରିଯାଇଥିଲା। ପରେ ମୁଁ ସିଆର୍‌ଏଫ୍‌ କଣ୍ଟ୍ରୋଲ୍‌ ରୁମ୍‌ରୁ ଫୋନ୍‌ କଲ୍‌ ପାଇଲି ବିସ୍ଫୋରଣ ଯୋଗେ ସ୍ୱାମୀଙ୍କ ପରଲୋକ ଘଟିଛି।

ବିସ୍ଫୋରଣ ବେଳେ ପ୍ରଦୀପଙ୍କ ପତ୍ନୀ ଦୁଇ ପିଲାଙ୍କ ସହ କାନପୁରର କଲ୍ୟାଣପୁର ଅନ୍ତର୍ଗତ ବରାସିରୋହି ଗ୍ରାମସ୍ଥିତ ତାଙ୍କ ବାପଘରେ ଥିଲେ।ଖବର ପାଇ ସେ ଶାଶୂଘର ଗାଁ ଆଜାନ୍‌ ସୁଖସେନପୁର ଧାଇଁଯାଇଥିଲେ। ଶନିବାର ଦିନ ସ୍ୱାମୀଙ୍କ ପାର୍ଥିବ ଶରୀର ସେଠାରେ ପହଞ୍ଚିବ।nନୀରଜଙ୍କର ସୁପ୍ରିୟା ଓ ସୋନା ନାମରେ ଯଥାକ୍ରମେ ୧୦ ଓ ୨ ବର୍ଷୀୟ ଦୁଇଟି ଝିଅ ଅଛନ୍ତି। ସୋନାକୁ ସେ ଭାରି ଗେହ୍ଲା କରୁଥିଲେ। ଗୁରୁବାର ଦିନ ଫୋନ୍‌ରେ ୧୦ ମିନିଟ୍‌ କାଳ ତା’ର ଭଲମନ୍ଦ କଥା ପଚାରୁଥିଲେ।

ପ୍ରଦୀପଙ୍କ ସ୍କୁଲ୍‌ ଶିକ୍ଷକମାନେ କହନ୍ତି: ସେ ଉତ୍ତମ ଛାତ୍ର ଥିଲା ଏବଂ ଦେଶ ସେବା କରିବାକୁ ଚାହୁଁଥିଲା।

By amfnews

Related Post