Sat. Oct 17th, 2026

ପୁଲିସକୁ ମାଡ଼ ମାରିଥିବା ୨ ୱାରେଣ୍ଟି ଗିରଫ

384 Views

ଗୋପାଳପୁର, ଜାନୁଆରୀ ୧୬ : ୨୦୧୭ ପଞ୍ଚାୟତ ନିର୍ବାଚନ ସମୟରେ ରଘୁନାଥପୁର ଥାନା ଅଞ୍ଚଳରେ ଡ୍ୟୁଟିରେ ଥିବା ପୁଲିସ ଏସ୍‌ଆଇ ରବିନାରାୟଣ ଲେଙ୍କାଙ୍କୁ ଜଗନ୍ନାଥପୁର ପଞ୍ଚାୟତ କୁଅାମଙ୍ଗା ଗ୍ରାମରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ସେଠାରେ ହୋଇଥିବା ଗଣ୍ଡଗୋଳରେ ଶୃଙ୍ଖଳା ରକ୍ଷା କରୁଥିବା ବେଳେ କେତେକ ଯୁବକଙ୍କ ଅାକ୍ରମଣରେ ଶ୍ରୀ ଲେଙ୍କା ଅାହତ ହୋଇଥିଲେ। ତାଙ୍କ ଅଭିଯୋଗକୁ ଅାଧାର କରି ପୁଲିସ କେତେଜଣ ଯୁବକଙ୍କ ନାମରେ ମାମାଲା(୨୪/୧୭) ରୁଜୁ କରିଥିଲଶା। ଏହା ଜାଣିପାରି ଯୁବକମାନେ ଫେରାର ହୋଇ ଯାଇଥିବାରୁ ସେମାନଙ୍କ ନାମରେ ୱାରେଣ୍ଟ୍‌ ଜାରି କରାଯାଇଥିଲା। ଗତକାଲି ରାତିରେ ପୁଲିସ ବିରାଟ କଟକ ଗ୍ରାମରେ ଚଢଉ କରି ରଂଜନ କୁମାର ମହାନ୍ତି ଓ ସରୋଜ ମହାନ୍ତିି ନାମକ ଦୁଇ ୱାରେଣ୍ଟିଙ୍କୁ ଗିରଫ କରିଥିଲା।

By amfnews

Related Post