Fri. Jul 3rd, 2026

ପୁରୀ: ସୋସିଆଲ ମିଡିଆରେ ପ୍ରଥମେ ବନ୍ଧୁତା ସ୍ଥାପନ କରି ଦୁଇଯୁବକ ମହିଳାଙ୍କ ଠାରୁ ଠକି ନେଇଥିଲେ ୪୧ଲକ୍ଷ ଟଙ୍କା

442 Views

 ଇର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ସହ ସୋସିଆଲ୍‌ ମିଡିଆରେ ବନ୍ଧୁତ୍ୱ ସ୍ଥାପନ କରି ଦୁଇଜଣ ଯୁବକ ୪୧ ଲକ୍ଷ ଟଙ୍କା ଠକି ନେଇଥିଲେ। ଏହି ଦୁଇ ଯୁବକଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗିରଫ ଅଭିଯୁକ୍ତ ମଧ୍ୟରେ ଜଣେ ନାଇଜେରିଆର ନାଗରିକ ଥିବା ବେଳେ ଅନ୍ୟଜଣେ ଦିଲ୍ଲୀର ପୀୟୂଷ ଆରାୟା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ତେବେ ଏହି ଦୁଇ ଅଭିଯୁକ୍ତ ପ୍ରଥମେ ସୋସିଆଲ୍‌ ମିଡିଆରେ ଏକ ନକଲି ଆଇଡି ସୃଷ୍ଟି କରିଥିଲେ। ଏହା ପରେ ଏହି ନକଲି ଆଇଡିକୁ ଆଧାର କରି ସେମାନେ ମହିଳାଙ୍କୁ ନିଜ ଜାଲରେ ଫସାଇଥିଲେ। ପ୍ରଥମେ ସେମାନେ ପୁରୀ ଜିଲ୍ଲାର ଉକ୍ତ ମହିଳାଙ୍କ ସହିତ ସୋସିଆଲ ମିଡିଆରେ ବନ୍ଧୁତା ସ୍ଥାପନ କରି ଲ୍ୟାପ୍ଟଟ୍‌ ଓ କିଛି ଗହଣା ଦେଇ ତାଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ।

ଏହାପରେ ମହିଳାଙ୍କଠାରୁ କୌଶଳକ୍ରମେ ୪୧ ଲକ୍ଷ ଟଙ୍କା ଠକି ନେଇଥିଲେ। ଠକେଇ ଶିକାର ହେବା ପରେ ମହିଳା ଜଣକ ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କ୍ରାଇମବ୍ରାଞ୍ଚ ଅଧିକାରୀମାନେ ୨ ଜଣଙ୍କୁ ଦିଲ୍ଲୀରୁ ଗିରଫ କରିଛି। ଅଭିଯୁକ୍ତ ଦୁଇଜଣଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ କଟକ ଆଣି କୋର୍ଟରେ ହାଜର କରାଯାଇଛି।

By amfnews

Related Post