Thu. Jun 11th, 2026

ପୁରୀ ବେଳାଭୂମିରେ ବିଜୁ ପଟ୍ଟନାୟକଙ୍କ କଳାକୃତି

169 Views

ପୁରୀ : ଆଜି ପଞ୍ଚାୟତିରାଜ ଦିବସ ତଥା ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ଏହି ଉପଲକ୍ଷେ ପୁରୀ ବେଳାଭୂମିରେ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟ ପକ୍ଷରୁ କରାଯାଇଥିବା ବିଜୁ ବାବୁଙ୍କ ବାଲୁକା କଳାକୃତି ବେଶ୍ ଆକର୍ଷଣୀୟ ହୋଇଛି।

ଏଥିସହ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ‘କରୋନା’ ଭାଇରସ ସଂକ୍ରମଣ ପ୍ରତି ସଚେତନତା ସୃଷ୍ଟି ପାଇଁ ବାଲୁକା କଳାକୃତି ମାଧ୍ୟମରେ ବେଳାଭୂମିରୁ ବାର୍ତ୍ତା ଦେଇଛନ୍ତି। ସମସ୍ତେ ମାସ୍କ ବ୍ୟବହାର ସହ ସବୁବେଳେ ହାତ ଧୋଇବା ପାଇଁ ସଚେତନତା ସୃଷ୍ଟି କରିବା ଲାଗି ଏହି କଳାକୃତି ସନ୍ଦେଶ ଦେଇଛି।

ଏନେଇ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି,“  ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ତିଥିରେ ମୁଁ ପ୍ରତିବର୍ଷ ବାଲୁକା କଳାରେ ତାଙ୍କ ପ୍ରତିମୂର୍ତ୍ତି ପ୍ରସ୍ତୁତ କରେ।  ଚଳିତ ଥର ମଧ୍ୟ ଏହା କରିଥିବା ବେଳେ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ  ପ୍ରଦାନ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି। ”

By amfnews

Related Post