Fri. Jul 24th, 2026

ପୁରୀ ଗୋବର୍ଦ୍ଧନ ମଠକୁ ଦେବୋତ୍ତରରୁ ବାଦ ଦେବା ପାଇଁ ସଂଶୋଧନ ବିଧେୟକ ଆଣିଲେ ସରକାର

261 Views

ଭୁବନେଶ୍ବର : ପୁରୀ ଗୋବର୍ଦ୍ଧନ ମଠର ଧାର୍ମିକ ଗୁରୁତ୍ବ ଦୃଷ୍ଟିରୁ ଏହାକୁ ହିନ୍ଦୁ ଦେବୋତ୍ତର ଅଧିନିୟମ,୧୯୫୧ର ପରିସରରୁ ବାଦ ଦିଆଯିବ। ଏ ନେଇ ପୂର୍ବରୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ହୋଇଥିଲା। ଆଜି ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଓଡ଼ିଶା ହିନ୍ଦୁ ଦେବୋତ୍ତର (ସଂଶୋଧନ) ବିଧେୟକ,୨୦୧୯ ଆଗତ କରିଛନ୍ତି। କିନ୍ତୁ ବିଧେୟକର ଅଧିକ ତର୍ଜମା ପାଇଁ କାର୍ଯ୍ୟ ପରାମର୍ଶଦାତା କିମିଟିକୁ ପଠାଇବାକୁ ବାଚସ୍ପତି ରୁଲିଂ ଦେଇଥିଲେ।

ଆଦି ଶଙ୍କରାଚାର୍ଯ୍ୟ କର୍ଣ୍ଣାଟକ ରାଜ୍ୟର ଶ୍ରୀଙ୍ଗେରୀ ଠାରେ ଶାରଦା ମଠ, ଗୁଜୁରାଟ ରାଜ୍ୟର ଦ୍ବାରକାଠାରେ ଦ୍ବାରକା ମଠ, ଉତ୍ତରାଖଣ୍ଡ ରାଜ୍ୟର ଯୋଷୀମଠ ଠାରେ ଯୋଷୀ ମଠ ଓ ପୁରୀରେ ଗୋବର୍ଦ୍ଧନ ମଠ ପ୍ରତିଷ୍ଠା କରିଥିବା ବିଶ୍ବାସ ରହିଛି। ଏହି ଚାରିଗୋଟି ମଠର ମୁଖ୍ୟ ଭାବରେ ଜଣେ ଲେଖାଏଁ ଶଙ୍କରାଚାର୍ଯ୍ୟ ଅଧିଷ୍ଠିତ ଅଛନ୍ତି। ଗୋବର୍ଦ୍ଧନ ମଠର ଧାର୍ମିକ ଅଗ୍ରଗଣ୍ୟତା ଓ ଗୁରୁତ୍ବ ଦୃଷ୍ଟିରୁ ଏହାକୁ ହିନ୍ଦୁ ଦେବୋତ୍ତର ଅଧିନିୟମ, ୧୯୫୧ର ପରିସରରୁ ବାଦ ଦେବା ପାଇଁ ବିଭିନ୍ନ ମହଲରୁ ଅନୁରୋଧ ଆସିଥିଲା।

By amfnews

Related Post