Fri. Sep 11th, 2026
259 Views

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୮୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୮୦ଜଣ ସଙ୍ଗରୋଧରେ ଥିବା ଜଣେ କଣ୍ଟେନମେଣ୍ଟ ଜୋନର ଓ ୫ଜଣ ସ୍ଥାନୀୟ ଲୋକ ଥିବା ଜଣାଯାଇଛି।

ଆଜି ପୁରୀରୁ ୩ ଜଣ ଓ କଟକ ଜିଲ୍ଲାରୁ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି ଗଞ୍ଜାମ ଜିଲ୍ଲାରୁ ୫, ଯାଜପୁର ଜିଲ୍ଲାରୁ ୪୬, ଖୋଦ୍ଧା ଜିଲ୍ଲାରୁ ୩, ବାଲେଶ୍ୱର ଜିଲ୍ଲାରୁ ୩, ଭଦ୍ରକ ଜିଲ୍ଲାରୁ ୩, ନୟାଗଡ଼ ଜିଲ୍ଲାରୁ ୬, କେନ୍ଦୁଝର ଜିଲ୍ଲାରୁ ୩, ବଲାଙ୍ଗୀର ଜିଲ୍ଲାରୁ ୨, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ନୂଆ ଆକ୍ରାନ୍ତ ଠାବ ହୋଇଥିବା ଜଣାଯାଇଛି।

ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୮୯ରେ ପହଞ୍ଚିଛି। ତେବେ ୩୯୩ଜଣ ସୁସ୍ଥ ହୋଇ ଘରକୁ ପେରିଛନ୍ତି।  ଅପରପକ୍ଷରେ ୭ଜଣଙ୍କର ମୃତ୍ୟୁ ଘଟିଛି

By amfnews

Related Post