Tue. Jul 28th, 2026

ପୁଣି ବିଦେଶୀ ପକ୍ଷୀ ଶୀକାର, ଶିକାରୀ ଗିରଫ

246 Views

ଖୋର୍ଦ୍ଧା, ନଭେମ୍ବର ୧୮: ଖୋର୍ଦ୍ଧା ଜିଲ୍ଲା ଉଜୁଡା ଗୋପୀନାଥପୁର ଅଞ୍ଚଳରୁ ଦୁଇଟି ବିଦେଶୀ ପକ୍ଷୀର ମୃତଦେହ ଉଦ୍ଧାର କରାଯାଇଛି। ଏହି ମାମଲାରେ ଶିକାରୀ ଆଲୋକ ପ୍ରଧାନ ବନ ବିଭାଗ ଦ୍ୱାରା ଗିରଫ ହୋଇଛନ୍ତି। ବିଦେଶୀ ପକ୍ଷୀ ଶିକାର ହେଉଥିବା ଖବର ପାଇ ଉଜୁଡାଗୋପୀନାଥପୁର ଅଂଚଳରେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଚଢଉ କରିଥିଲା। ସେଠାରୁ ଦୁଇଟି ବିଦେଶୀ ପକ୍ଷୀଙ୍କ ମୃତଦେହକୁ ଜବତ କରିବା ସହ ତଦନ୍ତକ୍ରମେ ଶିକାରୀ ଆଲୋକକୁ ଗିରଫ କରାଯାଇଛି।

ବନବିଭାଗ ଦ୍ୱାରା ପକ୍ଷୀ ଶିକାର ରୋକିବାକୁ  ବିଭିନ୍ନ ପଦକ୍ଷେପ ନିଆଯାଇଥିବାବେଳେ ଏଥିରେ ରୋକ ଲଗାଯାଇ ପାରୁନାହିଁ । ବିଦେଶାଗତ ପକ୍ଷୀଙ୍କ ଉପରେ ଶିକାରୀଙ୍କର ଲୋଲୁପଦୃଷ୍ଟି ପଡିଛି । ଶିକାର କରି ଏହି ପକ୍ଷୀଙ୍କୁ ଚଢା ଦରରେ ବିକ୍ରି କରୁଛନ୍ତି ଶିକାରୀ । ଗତ ୧୧ ତାରିଖରେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଚଢଉ କରି ଚିଲିକା ଅଭିରାମପୁର ଜେଟି ନିକଟରୁ ଅଂଚଳରୁ ପ୍ରାୟ ୨୦ ବିଦେଶୀ ପକ୍ଷୀଙ୍କ ମୃତଦେହ ସହ ୨ ଜଣ ଶିକାରୀଙ୍କୁ ଗିରଫ କରିଥିଲା । ବାଇକ ଯୋଗେ ଏହି ମୃତ ପକ୍ଷୀଙ୍କୁ ବିକ୍ରି କରିବାକୁ ଯାଉଥିବାବେଳେ ବନ୍ୟପ୍ରାଣୀ ବିଭାଗ ଦ୍ୱାରା ଧରା ପଡିଥିଲେ । ଶୀତଦିନେ ବିଦେଶରୁ ଲକ୍ଷଲକ୍ଷ ପକ୍ଷୀ ଓଡିଶାମୁହାଁ ହେଉଥିବାବେଳେ ଏହି ସମୟରେ ଜାଲ ଓ ବନ୍ଧୁକ ଦ୍ୱାରା ଶିକାରୀମାନେ ପକ୍ଷୀଶିକାର କରିବା ନେଇ ବନ ବଭାଗକୁ ଚିନ୍ତାରେ ପକାଇଛି।

By amfnews

Related Post