Tue. Oct 13th, 2026

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ,ପାକିସ୍ତାନର ୪ଟି ପୋଷ୍ଟ ଧ୍ବଂସ କରିଲେ ଭାରତୀୟ ଯବାନ, ୩ ପାକ୍ ସୈନ୍ୟ ନିହତ

426 Views

ନୂଆଦିଲ୍ଲୀ  : ଜମ୍ମୁ – କାଶ୍ମୀର ପୁଞ୍ଚରେ ଆଜି ପୁଣି ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି। ଏହାର କଡ଼ା ଜବାବ୍ ଦେଇଛନ୍ତି ଭାରତୀୟ ସେନା। ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ନିୟନ୍ତ୍ରଣ ରେଖା ନିକଟରେ ପ୍ରବଳ ଗୁଳିଗୋଳା ମାଡ଼ କରିଥିଲା ପାକ୍। ଏହାଫଳରେ ୨ଜଣ ଭାରତୀୟ ଯବାନ ଆହତ ହୋଇଥିବାର ଖବର ମିଳିଛି।

ଅପରପକ୍ଷରେ , ପାକିସ୍ତାନକୁ ଭାରତୀୟ ଯବାନ ଦୃଢ଼ ଜବାବ ଦେଇ, ପାକିସ୍ତାନର ୪ଟି ପୋଷ୍ଟ ଧ୍ବଂସ କରିଥିବା ଜଣାଯାଇଛି। ଖାଲି ସେତିକି ନୁହେଁ ଏହାଫଳରେ ୩ଜଣ ପାକ୍ ସୈନ୍ୟ ନିହତ ହୋଇଥିବାର ସୂଚନା ମିଳିଛି।

Image result for loc

ଏଣେ ପାକିସ୍ତାନ ଭାରତକୁ ଯୁଦ୍ଧ ଧମକ ଦେଇଥିବା ନେଇ ଭାରତ ସବୁବେଳେ ସତର୍କ ରହିଥିବା କୁହାଯାଉଛି।ପାକ୍ ମନ୍ତ୍ରୀ ଶେଖ ରସିଦ କହିଥିଲେ ଯେ ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବର ମାସରେ କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବାର ଅଛି । କଶ୍ମୀର ସମସ୍ୟା କଥାବାର୍ତ୍ତାରେ ସମାଧାନ ହେବ ନାହିଁ, ଏଥିପାଇଁ ଯେଉଁ ଯୁଦ୍ଧ ହେବ ତାହା ଶେଷ ଯୁଦ୍ଧ ହେବ ବୋଲି ସେ ଧମକ ଦେଇଥିଲେ ।

By amfnews

Related Post