Sun. Aug 16th, 2026

ପୁଣି ନବୀନ ସରକାର ଉପରେ ବର୍ଷିଲେ ଦାମ

227 Views

ଢେଙ୍କାନାଳ : ମନ୍ତ୍ରୀ ଥିବା ବେ‌େଳ ଏବଂ ମନ୍ତ୍ରୀ ପଦରୁ ବିଦା ହେବା ପରେପରେ ନବୀନଙ୍କ ପ୍ରଶଂସାରେ ଶତମୁଖ ହୋଇପଡ଼ିଥିବା ଦାମ ରାଉତ ତାଙ୍କ ସ୍ବର ବଦଳାଇଛନ୍ତି। ବିଭିନ୍ନ ସଭା ସମିତିରେ ନବୀନଙ୍କୁ ଟାର୍ଗେଟ କରୁଛନ୍ତି। ଆଜି ଢ଼େଙ୍କନାଳରେ ଅନୁଷ୍ଠିତ ଦୁର୍ନୀତି ବିରୋଧୀ ଆଲୋଚନାଚକ୍ରରେ ଯୋଗଦେଇ ଡାକ୍ତର ରାଉତ ଅଭିଯୋଗ କରିଛନ୍ତି ଯେ ରାଜକୋଷକୁ ଲୁଟୁଛନ୍ତି ନବୀନ ସରକାର। ମେଧାବୃତ୍ତି ନାଁରେ ୫୦କୋଟି ହଡ଼ପ କରିଛନ୍ତି। ଚିଟ୍‌ଫଣ୍ତ ଠକେଇ, ଚାଷୀ ଆତ୍ମହତ୍ୟା ଆଦି ପ୍ରସଙ୍ଗରେ ବର୍ଷିଛନ୍ତି ଡାକ୍ତର ରାଉତ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଦୁର୍ନୀତି ଖୋର‌୍‌ ନେତା ଓ ମନ୍ତ୍ରୀଙ୍କ କବଳରେ କବଳିତ। ସେ କୃଷିମନ୍ତ୍ରୀ ଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବା ୫୯କୋଟି ଟଙ୍କାର ସାର ଦୁର୍ନୀତି ସ˚ପର୍କରେ ତଦନ୍ତ ପାଇଁ କହିବାରୁ ଫାଇଲକୁ ଚାପି ରଖି ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।

ସୂଚନାଯୋଗ୍ୟ, ମନ୍ତ୍ରୀ ଥିବା ବେଳେ ଅନ୍ୟ କେହି ନବୀନଙ୍କୁ ସମାଲୋଚନା କଲେ ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ଅକାଟ୍ୟ ଯୁକ୍ତି ରଖି ବି‌େରାଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରୁଥିବା ଦାମ ରାଉତଙ୍କ ପରିବର୍ତିତ ସ୍ବର ସମସ୍ତଙ୍କୁ ବିସ୍ମିତ କରିଛି। ଯଦି ନବୀନ ସରକାର ଏତେ ଦୁର୍ନୀତିଗ୍ରସ୍ତ ବୋଲି ଜାଣିଥିଲେ, ଆଗରୁ କାହିଁକି ସେ ନିରବ ରହିଥିଲେ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।

By amfnews

Related Post