Thu. Jun 11th, 2026

ପୁଅ ମାଡ଼ରେ ବାପ ମୃତ; ଅଭିଯୁକ୍ତ ପୁଅ ଗିରଫ

Close up of male hands in bracelets behind back
235 Views

ଭଦ୍ରକ: ବଡ଼ପୁଅର ଠେଙ୍ଗାମାଡ଼ରେ ସାଙ୍ଘାତିକ ଆହତ ହୋଇ ଚିକିତ୍ସାଧୀନ ଥିବା ବାପାଙ୍କର ରବିବାର ଭୋର୍‌ ସମୟରେ ମୃତ୍ୟୁ ଘଟିବା ପରେ ଅଭିଯୁକ୍ତ ପୁଅକୁ ପୁଲିସ ଗିରଫ କରିଛି।

ମୃତ ବ୍ୟକ୍ତିଜଣକ ହେଉଛନ୍ତି ବୃନ୍ଦାବନ କବି। ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।ଘଟଣାଟି ଅକ୍ଟୋବର ୨୨ ତାରିଖ ଦିନ ଧୁସୁରୀ ଥାନା ଅନ୍ତର୍ଗତ ଅସୁରାଳି ଗ୍ରାମପଞ୍ଚାୟତ ଅଞ୍ଚଳର ହାଂସପୁର ଗ୍ରାମରେ ଘଟିଥିଲା। ଘରକଳିରେ ଉତ୍‌କ୍ଷିପ୍ତ ହୋଇ ବଡ଼ପୁଅ ବିଚିତ୍ର ଗୋଟାଏ ଠେଙ୍ଗାରେ ପିଟି ବାପା ବୃନ୍ଦାବନଙ୍କୁ ଆହତ କରିଥିଲେ। ବୃନ୍ଦାବନଙ୍କ ମୁଣ୍ଡ ଫାଟି ମସ୍ତିଷ୍କ କ୍ଷତିଗ୍ରସ୍ତ ହୋଇଥିଲା।ବୃନ୍ଦାବନଙ୍କର ମୃତ୍ୟୁ ହେବା ପରେ ଧୁସୁରୀ ପୁଲିସ ଆଜି ସକାଳୁ ଯାଇ ତାଙ୍କ ଘରୁ ପୁଅ ବିଚିତ୍ରକୁ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post