Tue. Sep 8th, 2026

ପୁଅ, ଝିଅଙ୍କୁ ବିଷ ଦେଇ ପୋଖରୀକୁ ଫିଙ୍ଗି ଦେଲା ମା’

248 Views

ନୟାଗଡ଼,ଅକ୍ଟୋବର, ୨୨ : ପୁଅ, ଝିଅକୁ ବିଷ ପିଆଇ ପୋଖରୀକୁ ଫିଙ୍ଗିଦେଲା ମା’। ଏହାସହ ସେ ନିଜେ ମଧ୍ୟ ବିଷ ପିଇ ପୋଖରୀକୁ ଡେଇଁଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଝିଅର ମୃତ୍ୟୁ ହୋଇଥିବାବେଳେ ମେଡ଼ିକାଲ୍‌ ନେବାବେଳେ ପୁଅର ମଧ୍ୟ ମୃତ୍ୟୁ ଘଟିଛି।

ଅନ୍ୟପଟେ, ମା’କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଲକ୍ଷ୍ମୀପ୍ରସାଦ ଗାଁରେ ଏହି ଘଟଣା ଘଟିଛି। କଲ୍ୟାଣୀ ଖୁଣ୍ଟିଆ ନାମକ ଜଣେ ମହିଳା ନିଜର ୫ ବର୍ଷୀୟ ପୁଅ ଏବଂ ୧୦ ବର୍ଷୀୟା ଝିଅକୁ ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି।

ତେବେ କେଉଁ ପରିସ୍ଥିତିରେ ଏବଂ କାହିଁକି ଏଭଳି ଅଭାବନୀୟ ଘଟଣା ଘଟିଲା, ତାକୁ ନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ପାରିବାରିକ କଳହକୁ ନେଇ ଏଭଳି ଘଟିଥିବା ସନ୍ଦେହ କରାଯାଉଛି।

By amfnews

Related Post