Fri. May 22nd, 2026

ପୀଡ଼ିତାଙ୍କ ସ୍ୱାମୀଙ୍କୁ ମହିଳା ଡି ଏସ୍‌ ପି ପ୍ରେମ ଜାଲରେ ଫସାଇଥିବାର ଅଭିଯୋଗ

356 Views

ଲକ୍ଷ୍ନୌ, ଡିସେମ୍ବର ୨୫ : ଉତ୍ତର ପ୍ରଦେଶର ଗୋରଖପୁରରେ ରହୁଥିବା ପୁଷ୍ପାଞ୍ଜଳି ରାୟ ନାମ୍ନୀ ଜଣେ ମହିଳା ହଜରତଗଂଜସ୍ଥିତ ପ୍ରେସ କ୍ଲବରେ ରାଜଧାନୀରେ କାର୍ଯ୍ୟରତ ଜଣେ ମହିଳା ଡିଏସପିଙ୍କ ଉପରେ ସ୍ୱାମୀଙ୍କୁ ପ୍ରେମ ଜାଲରେ ଫସାଇ ଗୁପ୍ତରେ ବିବାହ କରିଥିବା ଅଭିଯୋଗ କରିଛନ୍ତି। ପୀଡ଼ିତାଙ୍କ ଅନୁଯାୟୀ ୨୦୧୬ ଜୁଲାଇ ୧୦ ତାରିଖରେ ସଚ୍ଚିଦାନନ୍ଦ ଓରଫ ଗୋଲୁଙ୍କୁ ସେ ବାହା ହୋଇଥିଲେ। ଗୋଲୁ ପ୍ରପର୍ଟି ଡିଲିଂ ବ୍ୟବସାୟ ସହିତ ଏକ ରାଜନୈତିକ ଦଳ ସହ ବି ଜଡିତ।

ବିବାହର କିଛି ଦିନ ପରେ ପୀଡିତାଙ୍କ ସ୍ୱାମୀ ଓ ମହିଳା ଡି ଏସ ପିଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। ଏହାକୁ ବିରୋଧ କରିବାରୁ ପୀଡ଼ିତାଙ୍କୁ ସ୍ୱାମୀ ମାରପିଟ କରିଥିଲେ। ଖାଲି ସେତିକି ନୁହେଁ ସ୍ତ୍ରୀ ଗର୍ଭବତୀ ଥିବା ବେଳେ ସ୍ୱାମୀ ତାଙ୍କୁ ଘରୁ ବାହାର କରିଥିଲେ। ତା’ପରେ ପୀଡିତା ଶଶୁର ଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା,ମାରପିଟ ଓ ଧମକ ଦେବା ଆଦି ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ। ତା’ପରେ ଉକ୍ତ ମହିଳା ଡି ଏସ ପି ଲକ୍ଷ୍ନୌ ବଦଳି ହୋଇ ଆସିଲେ। ପୀଡିତାଙ୍କ ସ୍ୱାମୀଙ୍କୁ ମହିଳା ଡି ଏସ ପି ବାହା ମଧ୍ୟ ହୋଇଗଲେ। ଏବେ ମାମଲା ପ୍ରତ୍ୟାହାର କରିବାକୁ ପୀଡିତାଙ୍କୁ ମହିଳା ଡି ଏସ ପି ଧମକ ଦେଇଛନ୍ତି ବୋଲି କହିଛନ୍ତି ପୁଷ୍ପାଞ୍ଜଳି।

By amfnews

Related Post