Tue. Aug 18th, 2026

ପିିଆଜ ଦର ବଢ଼ୁଥିବା ଦେଖି କେନ୍ଦ୍ର ବଢ଼ାଇଲା କଟକଣା ଅବଧି

364 Views

ନୂଆଦିଲ୍ଲୀ: ବଜାରରେ ପିଆଜ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ସର୍ତ୍ତମୂଳକ ଭାବେ ଏହାର ଆମଦାନୀ ମିଆଦ ବୃଦ୍ଧି କରିଛନ୍ତି। ପ୍ଳାଣ୍ଟ କ୍ଵାରେନଟାଇନ ଅର୍ଡର୨୦୦୩ ଓ ଫିଟୋ ସାନିଟାଇଜ ପ୍ରମାଣପତ୍ର ବଳରେ ଏହି ରପ୍ତାନୀକୁ ୨୦୨୧ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭାରତୀୟ ବନ୍ଦର ଗୁଡିକୁ ସଫା ହୋଇ ଆସୁନଥିବା ପିଆଜ ଭାରତରେ ପହଞ୍ଚିବା ପରେ ସ୍ଵୀକୃତପ୍ରାପ୍ତ ବିଶୋଧନକାରୀ ସଂସ୍ଥା ଦ୍ଵାରା ଆମଦାନୀକାରୀମାନେ ବିଶୋଧନ କରିବାକୁ ପଡିବ। ବାହାରୁ ଆମଦାନୀ ହୋଇ ଆସୁଥିବା ପିଆଜକୁ ଟିକିନିଖି କରି ପରୀକ୍ଷା ନିରୀକ୍ଷା କରିବା ପରେ ଏହା ଜୀବାଣୁ ମୁକ୍ତ ହୋଇଥିଲେ ହିଁ ବଜାରକୁ ଛଡାଯିବ।

ପିଆଜ ପରୀକ୍ଷା କରିବା ବେଳେ ପଚାସଢା ବାହାରିଲେ ତାହାକୁ ଅଗ୍ରାହ୍ୟ କରି ଫେରାଇ ଦିଆଯିବ। ଯଦି ପିଆଜରେ କୌଣସି ପୋକ ବାହାରିବ ତାହାକୁ ବିଶୋଧନକାଳରେ ବାଦ ଦେଇ ଭଲ ପିଆଜଗୁଡ଼ିକୁ ବଜାରକୁ ଛାଡିବ। ତେବେ କ୍ଷତି ପାଇଁ ନିରୀକ୍ଷଣ ବାବଦ ଖର୍ଚ୍ଚ ଦେବାକୁ ପଡିବ ନାହିଁ।

ପିଆଜ ଆମଦାନୀକାରୀଙ୍କୁ କେବଳ ଖାଉଟୀମାନଙ୍କ ପାଇଁ ଉଦ୍ଦିଷ୍ଟ ଓ ଏହା ପ୍ରଚାର ପ୍ରସାର ପାଇଁ ପ୍ରଯୁଜ୍ୟ ନୁହେଁ(onions will be used only for consumption and not for propagation) ବୋଲି ଏକ ମୁଚାଲିକା ଦେବାକୁ ପଡିବ। ବ୍ୟବହାର ପାଇଁ ଉଦ୍ଦିଷ୍ଟ ପିଆଜ ଅତିରିକ୍ତ ନିରୀକ୍ଷଣ ବ୍ୟୟ ଦେବାକୁ ପଡିବ ନାହିଁ।

By amfnews

Related Post