Sun. Oct 18th, 2026

‘ପିଲାମାନେ ନିଜ ଇଚ୍ଛାରେ କାଠ ବୋହିଛନ୍ତି, ମୁଁ କିଛି କହି ନାହିଁ’

250 Views

ସୋନପୁର : “ମୁଁ ନିଜେ କାଠ ବୋହୁଥିଲି। ପିଲାମାନେ ଏହା ଦେଖି ଆପେ ଆପେ କାଠ ବୋହି ସ୍କୁଲ ହତା ଭିତରକୁ ନେଇଗଲେ। ସେମାନେ ନିଜ ଇଚ୍ଛାରେ କାଠ ବୋହିଛନ୍ତି। ଏଥିଲାଗି ମୁଁ  କାହାକୁ କିଛି କହି ନାହିଁ।  ମୁଁ କାଠ ବୋହିକି ଭିତରକୁ ନେଇଥିବା ବେଳେ ସେମାନେ ମୋ ପଛେ ପଛେ ବୋହି କରି ନେଇଗଲେ। ମୁଁ ଏହାଦେଖି ସେମାନଙ୍କୁ ବାରଣ କଲି।” ଗଣମାଧ୍ୟମରେ ଏପରି ସଫେଇ ଦେଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଧଉରାଖମନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଭୁତି ଭୂଷଣ ପାଢ଼ି।

ସୂଚନାଯୋଗ୍ୟ, ଏହି ସ୍କୁଲର ପିଲାମାନେ ମଧ୍ୟାହ୍ନ ଭୋଜନ ପରେ କାଠ ବୋହି ସ୍କୁଲ ହତା ଭିତରକୁ ନେଉଥିବା ବେଳର ଭିଡିଓ ଭାଇରାଲ ହୋଇଛି। ଆଉ ଏହା ନେଇ ପ୍ରଧାନଶିକ୍ଷକ ଶ୍ରୀ ପାଢ଼ି ଏହି ସଫେଇ ଦେଇଥିବା ବେଳେ ଜିଲ୍ଲାପାଳ କହିଛନ୍ତି ଯେ ତାଙ୍କୁ ପଚରାଉଚରା କରାଯିବ।

 

ସମସ୍ତେ ପଢିବେ, ସମସ୍ତେ ବଢିବେ ନାରାଦେଇ ସରକାର ପ୍ରାଥମିକ ଶିକ୍ଷାକୁ ବେଶ ଗୁରୁତ୍ୱ ଦେଉଛନ୍ତି। ବିଶେଷ କରି ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକର୍ଷିତ କରିବାକୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି। ଆଉ ଏହି ମଧ୍ୟାହ୍ନ ଭୋଜନର ପରିଚାଳନା ପାଇଁ ସ୍ୱତନ୍ତ୍ର ଭାବେ କର୍ମଚାରୀ ବି ନିଯୁକ୍ତି ହୋଇଛନ୍ତି। ହେଲେ ପାଠ ପଢା ବଦଳରେ ମଧ୍ୟାହ୍ନ ଭୋଜନର ରାନ୍ଧିବା ପାଇଁ ଜାଳେଣୀ କାଠ ବୋହିବାକୁ ପାଇଁ ଛାତ୍ରଙ୍କୁ ନିୟୋଜିତ କରାଯିବା ଘଟଣା ପ୍ରଘଟ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

By amfnews

Related Post