Wed. Jun 10th, 2026

ପିଙ୍କ୍‌ ବଲ୍‌ ଟେଷ୍ଟ୍‍; ଟସ୍‌ ଜିଣି ପ୍ରଥମେ ବ୍ୟାଟିଙ୍ଗ୍‌ କରିବାକୁ ବାଂଲାଦେଶର ନିଷ୍ପତ୍ତି

294 Views

କୋଲ୍‌କାତା  : ଶୁକ୍ରବାର ଠାରୁ ସ୍ଥାନୀୟ ଇଡେନ୍‌ ଗାର୍ଡେନ୍‌ରେ ଆରମ୍ଭ ହେଉଥିବା ଦିବାରାତ୍ର ଗୋଲାପୀ ବଲ୍‌ ଟେଷ୍ଟ୍‍ ମ୍ୟାଚ୍‌ରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛି ବାଂଲାଦେଶ।

ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଥମ ଦିବାରାତ୍ର ଟେଷ୍ଟ୍‍ ମ୍ୟାଚ୍‌କୁ ଉଦ୍‌ଘାଟନ କରିବା ପରେ ପରେ ଟସ୍‌ ପଡ଼ିଥିଲା। ବାଂଲାଦେଶ ଏକାଦଶରେ ଖେଳୁଛନ୍ତି ଶଦମନ ଇସ୍‌ଲାମ, ଇମ୍‌ରୁଲ୍‌ କାୟେସ୍‌, ମୋଇନୁଲ୍‌ ହକ୍‌ (କ୍ୟାପ୍‌ଟେନ୍‌) ମହମ୍ମଦ ମିଠୁନ, ମୁଶ୍‌ଫିକର୍‌ ରହିମ, ମହମଦୁଲ୍ଲା, ଲିଟନ ଦାସ (ଉଇକେଟ୍‌ ରକ୍ଷକ) ନୟୀମ ହସନ, ଅବୁ ଜାୟେଦ, ଅଲ୍‌-ଅମିନ ହୋସେନ୍‌ ଏବଂ ଏବାଦତ ହୋସେନ୍‌।

ଭାରତ ଏକାଦଶରେ ଖେଳୁଛନ୍ତି: ମୟଙ୍କ ଅଗ୍ରଓ୍ଵାଲ୍‌, ରୋହିତ ଶର୍ମା, ଚେତେଶ୍ୱର ପୁଜରା, ବିରାଟ କୋହଲି (କ୍ୟାପ୍‌ଟେନ୍‌) ଅଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଡ଼େଜା, ଆର୍‌ ଅଶ୍ୱିନୀ, ରିଦ୍ଧିମାନ ଶାହା, ଈଶାନ୍ତ ଶର୍ମା, ଉମେଶ ଯାଦବ ଓ ମହମ୍ମଦ ଶାମି।

ଭାରତ ଏକାଦଶରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ବେଳେ ବାଂଲାଦେଶ ଦୁଇ ଜଣ ଖେଳାଳିଙ୍କୁ ପରିବର୍ତ୍ତନ କରିଛି। ତାଇଜୁଲ ଇସ୍‌ଲାମ ଏବଂ ମେହିଦାଇ ହସନଙ୍କ ସ୍ଥାନରେ ଆସିଛନ୍ତି ଅଲ୍‌-ଅମିନ୍‌ ହୋସେନ୍‌ ଏବଂ ନୟିମ ହସନ୍‌।

ଏହା ପରେ ବାଂଲାଦେଶର ପ୍ରଧାନମନ୍ତ୍ରୀଙ୍କୁ ସହ ଉଭୟ ଦଳର ଖେଳାଳିମାନଙ୍କ ସହ ପରିଚୟ କରାଇଦିଆଯାଇଥିଲା। ଜାତୀୟ ସଙ୍ଗୀତ ପାଇଁ ଉଭୟ ଦଳ କ୍ରିଚ୍‌କୁ ଯାଇଥିଲେ। ଇମ୍‌ରୁଲ୍‌ କାୟେସ୍‌ ଏବଂ ଶଦମାନ ଇସ୍‌ଲାମ୍‌ ବାଂଲାଦେଶ ପାଇଁ ଓପେନିଙ୍ଗ୍‌ ଖେଳିବେ। ଭାରତ ତରଫରୁ ଈଶାନ୍ତ ଶର୍ମା ବୋଲିଙ୍ଗ୍‌ କରିବେ।

By amfnews

Related Post