Tue. Sep 29th, 2026

ପିଙ୍କିଙ୍କୁ ପଛରେ ପକାଇ ଦେଇଛନ୍ତି ସୂର୍ଯ୍ୟ ପାତ୍ର

270 Views

ଭୁବନେଶ୍ୱର : ଦିଗପହଣ୍ଡି ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ସୂର୍ଯ୍ୟ ପାତ୍ର ଆଗୁଆ ଅଛନ୍ତି। ଆଉ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ପିଙ୍କି ପ୍ରଧାନ ପଛରେ ଅଛନ୍ତି।ଅନ୍ୟପକ୍ଷରେ ଚିଲିକା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ ଆଗୁଆ ଅଛନ୍ତି। ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଗଣତି ହେଉଛି। ୬୩ଟି ଭୋଟ୍ ଗଣତି କେନ୍ଦ୍ରରେ ଏକ ସମୟରେ ଚାଲିଛି ଗଣତି।ଖବର ଲେଖାଯିବା ସୁଦ୍ଧା ବିଜେଡି ୧୦୦ରୁ ଅଧିକ ଆସନରେ ଆଗୁଆ ଥିବା ବେଳେ ବିଜେପି ୨୮ ଆସନରେ ଆଗୁଆ ରହିଛି। କଂଗ୍ରେସ ୧୪ଟି ଆସନରେ ଆଗୁଆ ରହିଛି। ଲୋକସଭା ଆସନରେ ବିଜେଡି ୧୪ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୭ଟି ଆସନରେ ଆଗୁଆ ରହିଛି।

By amfnews

Related Post