Sat. Oct 17th, 2026

ପାଳ ଗଦାରେ ନିଆଁ ଲଗାଉଥିଲେ, ନିଜେ ପୋଡ଼ି ଗଲେ

267 Views

କାମାକ୍ଷାନଗର  :   ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମୁକ୍ତାପଶି ଗାଁର ଜଣେ ଯୁବକ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ତାଙ୍କ ନାଁ ସନ୍ତୋଷ ମୁଣ୍ଡା। ତାଙ୍କ ଘର ମଝିଖମଣ ସାହିରେ।

ଗତକାଲି ସନ୍ତୋଷ  ଘର ସାମ୍ନାରେ ଥିବା ପାଳ ଗଦାରେ ନିଆଁ ଲଗାଉଥିବା ବେଳେ ପୋଡ଼ି ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ  ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସନ୍ତୋଷଙ୍କ ଶରୀରର ବହୁ ଅଂଶ ପୋଡ଼ି ଯାଇଥିବା ଜଣାପଡ଼ିଛି ।

By amfnews

Related Post