Wed. Jun 10th, 2026

ପାରିହେଲା ବେଳେ ବୋଡ଼ା ନଦୀକୁ ଖସି ପଡ଼ି ଜଣେ ମୃତ

205 Views

ଭଞ୍ଜନଗର : ରବିବାର ସକାଳ ୧୦ଟା ବେଳେ ବୋଡ଼ା ନଦୀ ମଧ୍ୟକୁ ଖସି ପଡ଼ି ଭାସି ଯିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଜଣକ ହେଉଛନ୍ତି ଭଞ୍ଜନଗର ଥାନା ଅନ୍ତର୍ଗତ ଆମ୍ବପୁଆ ଗ୍ରାମପଞ୍ଚାୟତ ଅଞ୍ଚଳର ଚେଢ଼ୟାପଲ୍ଲୀ ଗ୍ରାମର ୩୮ ବର୍ଷିୟ ରାଜକିଶୋର ଲେଙ୍କା। ରାଜକିଶୋର କୌଣସି କାମରେ ସକାଳୁ ସକାଳୁ ଆମ୍ବପୁଆ ଯାଇଥିଲେ। ସେଠାରୁ ଫେରି ନିଜ ଗାଁକୁ ଆସିବା ପାଇଁ ବୋଡ଼ା ନଦୀ ଉପର ଦେଇ ଯାଇଥିବା ଗୋଟାଏ ପାଇପ୍‌ କିଂବା ତାରକୁ ଆଶ୍ରା କରି ନଈପାରି ହେଉଥିବା ବେଳେ ତାଙ୍କର ଗୋଡ଼ ଖସିଯାଇଥିଲା। ନଦୀ ମଧ୍ୟକୁ ଖସିପଡ଼ି ସେ ସ୍ରୋତରେ ଭାସି ଯାଉଥିବା ଦେଖି ଉପସ୍ଥିତ ଥିବା ଗାଁ ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରି ବିଫଳ ହେବା ପରେ ଦମକଳ ବାହିନୀକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ବେଲଗୁଣ୍ଠା ଦମକଳ ବାହିନୀ ପହଞ୍ଚି ନଦୀଜଳରେ ପ୍ରାୟ ଅଧଘଣ୍ଟାଏ ଖୋଜାଖୋଜି କରିବା ପରେ ରାଜକିଶୋରଙ୍କ ନିଷ୍ପ୍ରାଣ ଶରୀର ଉଦ୍ଧାର କରିଥିଲେ। ପୁଲିସ ରାଜକିଶୋରଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି।

By amfnews

Related Post