Tue. Sep 1st, 2026

ପାଣିରେ ବୁଡ଼ି ପ୍ରାଣ ହରାଇଲେ ଦୁଇ ଭଉଣୀ

259 Views

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ବାରିପଦା ନିକଟବର୍ତ୍ତୀ କୁଳିଅଣା ବ୍ଲକର ଚାନ୍ଦୁଆ ଗ୍ରାମରେ ଆଜି ସକାଳେ ଦୁଇ ସଂପର୍କୀୟ ଭଉଣୀ ପାଣିରେ ବୁଡ଼ି ପ୍ରାଣ ହରାଇଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସକାଳେ ଚାନ୍ଦୁଆ ଗ୍ରାମର ଦୁଇଜଣ ସମ୍ପର୍କୀୟ ଭଉଣୀ ଖେଳିବା ପାଇଁ ଯାଇଥିଲେ । ସେମାନେ ଏକ ଖେତରେ ଖେଳୁଥିଲେ । ତେବେ ସେମାନେ ଜାଣି ନଥିଲେ କି ସେଠାରେ ପାଣି ରହିଛି ।

ସେମାନେ ଖେତରେ କିଛି ସମୟ ଖେଳିବାପରେ ସେଠାରେ ଜମି ରହିଥିବା ପାଣିରେ ବୁଡ଼ି ଯାଇଥିଲେ । ଫଳରେ ଉଭୟେ ପ୍ରାଣ ହରାଇଥିଲେ । ଦୁଇ ଭଉଣୀଙ୍କ ବୟସ ୩ ଓ ୪ ବର୍ଷ ହେବ ବୋଲି ଜଣାପଡିଛି । ଏଦୁହିଁଙ୍କର ନାଆଁ ହେଲା ଶୁଭଶ୍ରୀ ବେସ୍ରା ଏବଂ ସୁକୁଲମୁନି ବେସ୍ରା।କିଛି ସମୟପରେ ଉଭୟଙ୍କର ବାପା ମାଆ ସେମାନଙ୍କ ଝିଅକୁ ଖୋଜୁଥିବା ବେଳେ ଖେତରେ ମୃତଦେହକୁ ଉଦ୍ଧାର କରିଛନ୍ତି। ଏହି ଘଟଣା ସଂପର୍କରେ ଜାଣିବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

By amfnews

Related Post