Sun. Jul 26th, 2026

ପାଟକୁରା ନିର୍ବାଚନ: ଆସନ୍ତାକାଲି ଭୋଟ୍ ଗଣତି

281 Views

କେନ୍ଦ୍ରାପଡ଼ା : ଆସନ୍ତାକାଲି ପାଟକୁରା ବିଧାନସଭା ଆସନ ଲାଗି ହେବ ଭୋଟ ଗଣତି । ଏଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ମୋଟ ୧୮ଟି ରାଉଣ୍ଡରେ ଭୋଟ ଗଣତି ହେବ। ଏଥିପାଇଁ ୧୮ଟି ଟେବୁଲ ବ୍ୟବସ୍ଥା କରାଯାଇଛି।

କେନ୍ଦ୍ରାପଡ଼ା ଅଟୋନମସ କଲେଜରେ ଇଭିଏମ ଗୁଡିକୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି। ଇଭିଏମ୍‌ର ସୁରକ୍ଷା ଲାଗି ତ୍ରିସ୍ତରୀୟ ବ୍ୟବସ୍ଥା କରାଯାଇଛି। ଷ୍ଟ୍ରଙ୍ଗରୁମରେ ଅର୍ଦ୍ଧସାମରିକ ବାହିନୀ ରହିଛନ୍ତି। ଏହାସହ ଓଏସ୍ଏପି ଏବଂ ଜିଲ୍ଲା ପୁଲିସ ମଧ୍ୟ ଇଭିଏମ୍ ସୁରକ୍ଷାରେ ରହିଛନ୍ତି। ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନ୍ ଅନୁସାରେ ସବୁ ଦଳର ଏଜେଣ୍ଟମାନଙ୍କୁ ଡାକି ଇଭିଏମ୍ ସୁରକ୍ଷା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଅବଗତ କରିଛି।ସୂଚନାଯୋଗ୍ୟ, ଗତ ୨୦ ତାରିଖରେ  ପାଟକୁରା ବିଧାନସଭା ଆସନ ପାଇଁ ମତଦାନ ହୋଇଥିଲା।

 

By amfnews

Related Post