Sun. Aug 16th, 2026

ପାକିସ୍ତାନର ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ଯବାନ ଶହିଦ, ୨ ଜଣ ଆହତ

249 Views

ଶ୍ରୀନଗର, ସେପ୍ଟେମ୍ବର ୦୬ : ଜମ୍ମୁ କଶ୍ମୀରର କୁପଓ୍ଵାଡା ଜିଲ୍ଲାର ନାଓଗାଁ ସେକ୍ଟରରେ ଶନିବାର ଭାରତୀୟ ସେନାର ଜଣେ ଯବାନ ଶହିଦ ହୋଇଛନ୍ତି। ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖାର ନାଓଗାଁ ସେକ୍ଟରରେ ଶନିବାର ସକାଳୁ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ରାଜେଶ କାଲିଆ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶହିଦ ହୋଇଥିବା ଯବାନଙ୍କ ନାଁ ଜ୍ଞାନେନ୍ଦ୍ର ଭୂପେନ୍ଦ୍ର ସିଂହ।

କର୍ଣ୍ଣେଲ ରାଜେଶ କାଲିଆ କହିଛନ୍ତି ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ୯୨ବେସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।  ପାକିସ୍ତାନୀ ସୈନିକମାନେ ମଧ୍ୟମ ଧରଣର ମୋର୍ଟାସରୁ ଭାରତୀୟ ସୀମାକୁ ଲକ୍ଷ୍ୟ କରି ଗୁଳି କରିଥିଲେ।
ପାକିସ୍ତାନ ଶନିବାର ସକାଳୁ ପୁଂଛ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟ ଶାହାପୁର, କିର୍ଣ୍ଣି ଓ ଦେଗଓ୍ଵାର ସେକ୍ଟରରେ ଗୁଳି ଓ ମୋର୍ଟାର ପରିଚାଳନା କରି ନିୟନ୍ତ୍ରଣ ରେଖା ନିୟମ ଉଲ୍ଲଂଘନ କରିଥିଲା। ସେନା ସୂତ୍ରରୁ ଗଣମାଧ୍ୟମକୁ ଏହି ସୂଚନା ମିଳିଛି। ପାକିସ୍ତାନ ଚଳିତ ବର୍ଷ ଆରମ୍ଭରୁ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଏଥିରେ ୨୪ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଛି। ସେହିପରି ୨୭୩୦ ଥର ଅସ୍ତ୍ରବିରତି ଉଲ୍ଲଂଘନରେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

By amfnews

Related Post