Mon. Oct 19th, 2026

ପାକିସ୍ତାନର ନୂଆ ଯୋଜନା: ଭାରତରେ ଜୈଶ୍‌ ଓ ତାଲିବାନ୍‌ ଆତଙ୍କବାଦୀଙ୍କ ମିଳିତ ଆକ୍ରମଣ

323 Views

ନୂଆଦିଲ୍ଲୀ: ଭାରତରେ ଆତଙ୍କ ସୃଷ୍ଟି କରିବାକୁ ଇସ୍‌ଲାମାବାଦ୍‌ କରିଥିବା ନୂତନ ଯୋଜନା ସମ୍ବନ୍ଧରେ ଭାରତୀୟ ଗୁଇନ୍ଦା ଏଜେନ୍‌ସି ସୂଚନା ପାଇଛି। ପାକସ୍ତାନର ଦୁଷ୍ଟ ଗୁପ୍ତଚର ଏଜେନ୍‌ସି ଆଇଏସ୍‌ଆଇ ଘୃଣ୍ୟ ଭାରତବିରୋଧୀ ଯୋଜନା ଚଳାଇବା ନିମନ୍ତେ ନୂଆ ଉପାୟ କରୁଛି। ସେଥିପାଇଁ ସେ ଦୁଇ ମାରାତ୍ମକ ଆତଙ୍କବାଦୀ ସଂଗଠନ ଜୈଶ୍‌-ଏ-ମହମ୍ମଦ ଏବଂ ତାଲିବାନକୁ ଏକତ୍ର କରାଇବାକୁ ଉଦ୍ୟମ କରୁଛି।

ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ୍‌ ଠାରେ ବିମାନ ଆକ୍ରମଣ କରିବା ପୂର୍ବରୁ ଜୈଶ୍‌ର ବଡ଼ କମାଣ୍ଡର୍‌ମାନେ, ତାଲିବାନ ଏବଂ ହକାନି ନେଟ୍‌ଓ୍ଵାର୍କ ପାକିସ୍ତାନରେ ଗୁପ୍ତ ବୈଠକ ବସାଇଥିଲେ।

ଜୈଶ୍‌, ତାଲିବାନ୍‌ ଏବଂ ହକାନି ନେଟ୍‌ଓ୍ଵାର୍କର ଲଢୁଆମାନେ ଭାତର ବିରୋଧରେ ’ଜିହାଦ’ ଆରମ୍ଭ କରିବାକୁ ଏହି ଗୁପ୍ତ ବୈଠକରେ ସମ୍ମତି ପ୍ରକାଶ ପାଇଥିଲା। ତିନି ଆତଙ୍କବାଦୀ ସଂଗଠନର ବଡ଼ ବଡ଼ କମାଣ୍ଡର୍‌ମାନେ ଭାରତ ଏବଂ ଆଫଗାନିସ୍ତାନର କେତେକ ଅଞ୍ଚଳରେ ମିଳିତ ଆତଙ୍କବାଦୀ ଆକ୍ରମଣ କରିବେ ବୋଲି ସ୍ଥିର କରାଯାଇଥିଲା। ଗୁଇନ୍ଦା ସତର୍କତା କାରଣରୁ ଭାରତୀୟ ନିରାପତ୍ତା ଏଜେନ୍‌ସି ଏହି ସବୁ ସଂଗଠନର ଆତଙ୍କବାଦ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି।

By amfnews

Related Post