Wed. Oct 14th, 2026

ପାଉତି ଜାଲିଆତି କରି ଅର୍ଥ ଆତ୍ମସାତ୍‌, ଆର୍‌ଆଇ ଗିରଫ୍

185 Views

ରାଜକନିକା : ବାଲିଘାଟ ନିଲାମ ପାଇଁ ଦିଆଯାଇଥିବା ପାଉତିକୁ ଜାଲିଆତି କରି କରି ଅର୍ଥ ହଡ଼ପ୍ କରିଥିବା ଅଭିଯୋଗରେ କନିକା ତହସିଲର ରାଜସ୍ବ ନିରୀକ୍ଷକ ସୀକାକାନ୍ତ ପରିଡ଼ାଙ୍କୁ ରାଜକନିକା ପୁଲିସ୍‌ ଗିରଫ୍ କରି କୋର୍ଟଚାଲାଣ କରିଛି।

ଅଭିଯୋଗରୁ ଜଣାପଡ଼ିଛି, କନିକା ତହସିଲ ପକ୍ଷରୁ ୨୦୧୮ ମସିହାରେ ବୈତରଣୀ ନଦୀର ମାନପୁର ବାଲିଘାଟ ନିଲାମ ଦିଆଯାଇଥିଲା। ହେଲେ, ଏହି ବାଲିଘାଟକୁ ରାଜସ୍ବ ନିରୀକ୍ଷକ(ଆର୍‌ଆଇ) ଶ୍ରୀ ପରିଡ଼ା ପୁନର୍ବାର ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧୀନ ପାହାଡ଼ପୁର ଗ୍ରାମର ବିଷ୍ଣୁମୋହନ ଦାସଙ୍କୁ ୩୦ ହଜାର ଟଙ୍କାରେ ନିଲାମ ଦେଇଥିଲେ। ଗୋଟିଏ ବାଲିଘାଟ ଦୁଇ ଜଣଙ୍କୁ ନିଲାମ ଦିଆଯିବାରୁ ବିବାଦ ଉପୁଜିଥିଲା। ନିଲାମଧାରୀ ବିଷ୍ଣୁମୋହନ ଏ ନେଇ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ। ନିଲାମଧାରୀଙ୍କ ଟଙ୍କା ଫେରାଇବାକୁ ତହସିଲଦାର ଆର୍‌ଆଇଙ୍କୁ ଗତ ମାର୍ଚ୍ଚ ୧୫ ତାରିଖରେ ଚିଠି କରିଥିଲେ। ହେଲେ, ଟଙ୍କା ନ ଫେରି ପାଇବାରୁ ବିଷ୍ଣୁମୋହନ ଗତ ମାର୍ଚ୍ଚ ୨୧ ତାରିଖରେ ରାଜକନିକା ଥାନାରେ ଏତଲା ଦେଇଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଏହି ଜାଲିଆତି କରାଯାଇଥିବା ପାଉତି ବହି ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିବା ସହ ଆର୍‌ଆଇ ଶ୍ରୀ ପରିଡ଼ାଙ୍କୁ ଗିରଫ କରିଛି। ଏ ନେଇ ଥାନାରେ ମାମଲା(୬୫/୧୯)ରୁଜୁ କରାଯାଇଛି।

By amfnews

Related Post