Sat. May 16th, 2026

ପଶ୍ଚିମବଙ୍ଗ ହିଂସାରେ ୨ ମୃତ, ୩ ଗୁରୁତର: ଜରୁରୀକାଳୀନ ବୈଠକ ଡକାଇଲେ ମମତା ବାନାର୍ଜୀ

239 Views

କୋଲକାତା: ପଶ୍ଚିମବଙ୍ଗର ବସିରହାଟ ଅଞ୍ଚଳରେ ଘଟିଥିବା ହିଂସାକାଣ୍ଡର ଗୋଟିଏ ଦିନ ପରେ ଗୁରୁବାର ଭାଟପରା ଅଞ୍ଚଳରେ ଆଉ ଏକ ହିଂସା କାଣ୍ଡ ଘଟିଥିବା ଦେଖିବାକୁ ମିଳିଛି। ଏହି ହିଂସା କାଣ୍ଡରେ ୨ ଜଣଙ୍କର ମୃତ୍ୟ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୭ ବର୍ଷର ଜଣେ ଗୁପ୍‌ଚୁପ୍‌ ବିକାଳି ଥିବା ସୂଚନା ରହିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ରାଜ୍ୟରେ ଲଗାତାର ହିଂସା ଉପୁଜୁଥିବା ହେତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ପୁଲିସ୍‌ ମୁଖ୍ୟ, ଶୀର୍ଷସ୍ତରୀୟ ଅଧିକାରୀମାନଙ୍କ ମୁଖ୍ୟ ସଚିବଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକ ଡକାଇ ଆଲୋଚନା କରିଛନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଗୁରୁବାର ସକାଳୁ ସଂପୃକ୍ତ ଅଞ୍ଚଳରେ ବୋମା ପଡ଼ିବା ସହ ଗୁଳିଚାଳନା ହୋଇଥିଲା। ପରିସ୍ଥିତିକୁ ଆୟତ୍ତକୁ ଆଣିବାକୁ ପୁଲିସ୍‌ ଟିୟର୍‌ ଗ୍ୟାସ୍‌ ପ୍ରୟୋଗ କରିବା ସହ ପାଲଟା ଗୁଳିଚାଳନା କରିଥିଲା।

ପଶ୍ଚିମବଙ୍ଗ ପୁୁଲିସ୍‌ ମୁଖ୍ୟ ପାରଗନାସ ଜିଲ୍ଲାର ନର୍ଥ ୨୪ରେ ସ୍ଥାନୀୟ ପୁଲିସ୍‌ ଷ୍ଟେସନ୍‌ରେ ଏକ ନୂଆ ବିଲ୍ଡିଂ ଉଦ୍‌ଘାଟନ କରିବାର ମାତ୍ର କିଛି ଘଣ୍ଟା ପୂର୍ବରୁ ଏହି ହିଂସା କାଣ୍ଡ ଘଟିିଛି।

By amfnews

Related Post