Sun. Aug 23rd, 2026

ପଶ୍ଚିମବଙ୍ଗ: କୋନା ଏକ୍‌ସ୍‌ପ୍ରେସ୍‌େଓ୍ଵରେ ଗ୍ୟାସ୍‌ ଟ୍ୟାଙ୍କର୍‌-ଟ୍ରେଲର୍‌ ଧକ୍କା; ଜଳିଗଲେ ଡ୍ରାଇଭର୍‌

249 Views

କୋଲ୍‌କାତା, ନଭେମ୍ବର ୨୨: ଗୁରୁବାର ପ୍ରତ୍ୟୁଷରେ ପଶ୍ଚିମବଙ୍ଗର କୋନା ଏକ୍‌ସ୍‌ପ୍ରେସ୍‌େଓ୍ଵରେ ଏକ ଗ୍ୟାସ୍‌ ଟ୍ୟାଙ୍କର୍‌ ଏବଂ ଟ୍ରେଲର୍‌ ମଧ୍ୟରେ ସାମ୍ମାସାମ୍ନି ଧକ୍କା ହୋଇ ନିଅାଁ ଲାଗିଯିବାରୁ ଉଭୟ ଗାଡ଼ିର ଡ୍ରାଇଭର୍‌ମାନେ ଦଗ୍ଧ ହୋଇ ମରିଛନ୍ତି।

ପାହାନ୍ତା ପ୍ରାୟ ୩:୩୦ ମିନିଟ୍‌ ସମୟରେ ଟ୍ରେଲର୍‌ ନିୟନ୍ତ୍ରଣ ହରାଇ ଗ୍ୟାସ୍‌ ଟ୍ୟାଙ୍କର୍‌ ସହ ଧକ୍କା ଖାଇଥିଲା। କେଇ ମୁହୂର୍ତ୍ତ ମଧ୍ୟରେ ଉଭୟ ଗାଡ଼ିରେ ନିଅାଁ ଜଳିଉଠିଥିଲା।ଘଟନାସ୍ଥଳରେ ଦମକଳ ଓ ପୁଲିସ ଅଧିକାରୀମାନେ ପହଞ୍ଚି ଉଭୟ ଗାଡ଼ିରେ ଜୀବନ୍ତ ଦଗ୍ଧ ହୋଇଥିବା ଡ୍ରାଇଭର୍‌ମାନଙ୍କର ଶବ ଉଦ୍ଧାର କରିଥିଲେ।

ପାଖ ବାସିନ୍ଦାମାନେ କହନ୍ତି ଯେ ସେମାନେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିଥିବା ସହ ଖୁବ୍‌ ଜୋର୍‌ରେ ନିଅାଁ ଜଳିବା ଦେଖିଥିଲେ। ସ୍ଥାନୀୟ ଅଧିବାସୀମାନେ ଦମକଳକୁ ଖବର ଦେବାରୁ ଘଟନାସ୍ଥଳକୁ ୬ଟି ଦମକଳ ଯାଇଥିଲା।ନିଅାଁକୁ ନିୟନ୍ତ୍ରଣକୁ ଅଣାଯାଇ ଟ୍ରେଲର୍‌ର ବିଭିନ୍ନ ସ୍ଥାନରେ ଲାଗିଥିବା ନିଅାଁକୁ ଲିଭାଯାଉଛି।ରସ୍ତା ପରିଷ୍କାର ହେବା ଯାଏଁ କୋନା ଏକ୍‌ସ୍‌ପ୍ରେସ୍‌ରେ ଯାନବାହନ ଚଳାଚଳ ସାମୟିକ ଭାବେ ବନ୍ଦ ରହିଛି।ନିଅାଁରେ ହାଇଟେନ୍‌ସନ୍‌ ଓ୍ଵାୟାର୍‌ ପୋଡ଼ି ନଷ୍ଟ ହୋଇ ଯାଇଥିବାରୁ ଟ୍ରେନ୍‌ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।

By amfnews

Related Post