Fri. Jul 3rd, 2026

ପଶ୍ଚିମବଙ୍ଗରେ ବିଜେପି ରଥଯାତ୍ରା ଉପରେ ରୋକ : ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବିଜେପି

334 Views

ଗତ ଗୁରୁବାରଦିନ କାଲକାଟା ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଯାତ୍ରା ଆୟୋଜନ ପାଇଁ ବିଜେପିକୁ ଅନୁମତି ଦେଇଥିବାବେଳେ ଏହି ରାୟକୁ ଗତକାଲି (ଶୁକ୍ରବାର) ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଖାରଜ କରିଦେଇଥିଲେ । ଡିଭିଜନ୍ ବେଞ୍ଚ୍ ମାମଲାର ପୁନର୍ବିଚାର ପାଇଁ ଏହାକୁ ପୁଣି ଜଣିକିଆ ବେଞ୍ଚ୍କୁ ପଠାଇ ଦେଇଛନ୍ତି। ଫଳରେ ବିଜେପିର ପ୍ରସ୍ତାବିତ ରଥଯାତ୍ରା ନେଇ ଅନିଶ୍ଚିତତା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ସରକାର ଗତକାଲିର ହାଇକୋର୍ଟ ରାୟକୁ ବିରୋଧ କରି ଡିଭିଜନ୍ ବେଞ୍ଚ୍ରେ ଚାଲେଞ୍ଜ କରିଥିଲେ। ମୁଖ୍ୟ ବିଚାରପତି ଦେବାଶିଷ କାର୍ଗୁପ୍ତା ଏବଂ ଜଷ୍ଟିସ୍ ଏସ୍ ସରକାରଙ୍କ ଖଣ୍ଡପୀଠ ପୂର୍ବ ରାୟକୁ ଖାରଜ କରି ମାମଲାକୁ ପୁଣି ଜଣିକିଆ ବେଞ୍ଚ୍କୁ ପଠାଇ ଦେଇଛନ୍ତି। ପଶ୍ଚିମବଙ୍ଗ ସରକାର ବିଜେପିକୁ ରୋକିବାପାଇଁ ଆକ୍ରୋଶମୂଳକ ଭାବେ ପଦକ୍ଷେପ ନେଉଛନ୍ତି ବୋଲି ରାଜ୍ୟ ବିଜେପି ନେତାମାନେ କହିଛନ୍ତି।

By amfnews

Related Post