Tue. Sep 15th, 2026

ପଶୁ ଶରୀରରେ ବିକଶିତ ହେବ ମାନବ ଅଙ୍ଗ!

209 Views

ଜାପାନରେ ପ୍ରଥମ ଥର ପାଇଁ କ୍ଲୋନି˚ ପଦ୍ଧତିରେ ପଶୁ ଶରୀରରେ କୃତ୍ରିମ ମାନବ ଅଙ୍ଗ ବିକାଶ ହେବ। ବାୟୋଟେକ୍‌ନୋଲୋଜି କ୍ଷେତ୍ରରେ ଏହି ନୂଆ ଗବେଷଣା ତଥା ସଫଳତା ପାଇଁ ଜାପାନ ସରକାର ଗବେଷକ-ବିଜ୍ଞାନୀଙ୍କୁ ଅନୁମତି ଦେଇଛନ୍ତି। ଜାପାନର ଟୋକିଓ ବିଶ୍ବବିଦ୍ୟାଳୟ ଏବ˚ କାଲିଫର୍ନିଆର ଷ୍ଟାନଫୋର୍ଡ‌୍‌ ବିଶ୍ବବିଦ୍ୟାଳୟର ମିଳିତ ଉଦ୍ୟମରେ ଏହି ଗବେଷଣା ଚାଲିବ।

ଜାପାନର ଜଣାଶୁଣା ଜେନେଟିକ୍ସ ଗବେଷକ ହୀରୋମିସ୍ତୁ ନାନାଉଚୀ ଗବେଷଣାର ମୁଖ୍ୟ ଦାୟିତ୍ବ ତୁଲାଇବେ। ବିଜ୍ଞାନାଗାରରେ ମୂଷାର ଭ୍ରୂଣ ମଧୢରେ ମାନବର କୋଷ ପ୍ରତିରୋପିତ ହେବା ପରେ, ତାହା କ୍ରମେ ମାନବର ଅଙ୍ଗରେ ପରିଣତ ହେବା ନେଇ ଗବେଷକ ହୀରୋମିସ୍ତୁ ଆଶାବାଦୀ। ଏହା ସମ୍ଭବ ହେଲେ ଭବିଷ୍ୟତ୍‌ରେ ମାନର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ବିକଶିତ ହେବ ଏବଂ ତାହାକୁ ମାନବର ଶରୀରରେ ପ୍ରତିରୋପଣ କରିହେବ।

By amfnews

Related Post