Sat. Oct 3rd, 2026

ପରୀ ହତ୍ୟା ମାମଲାର ଅଭିଯୁକ୍ତକୁ ପୁଣି ରିମାଣ୍ଡରେ ଆଣି ବ୍ରେନ୍ ମ୍ୟାପିଙ୍ଗ୍ କରିବ ଏସଆଇଟି!

363 Views

ଭୁବନେଶ୍ୱର, ଡିସେମ୍ବର ୨୭ : ଯଦୁପୁର କୁନି ଝିଅ ପରୀ ହତ୍ୟା ମାମଲାରେ ପ୍ରମାଣ ଯୋଗାଡ କରିବା ପାଇଁ ଏସଆଇଟି ପୂର୍ବରୁ ଅଭିଯୁକ୍ତ ସରୋଜ ସେଠୀକୁ ରିମାଣ୍ଡ ରେ ନେଇଥିଲା ଓ ଅବଧି ସରିବା ପୂର୍ବରୁ ଅଭିଯୁକ୍ତ ଦୋଷ ସ୍ୱିକାର କରିଥିବା ସୂଚନା ଦେଇଛି ଏସଆଇଟି ।

ତେବେ ବର୍ତମାନ ପୁଣି ଥରେ ଏସଆଇଟି ପରୀ ହତ୍ୟା ପ୍ରସଙ୍ଗରେ ଅଧିକ ପ୍ରମାଣ ଯୋଗାଡ କରିବା ପାଇଁ ପୁଣି ତରେ ଅଭିଯୁକ୍ତ ସରୋଜ ସେଠୀକୁ ରିମାଣ୍ଡରେ ନେଇପାରେ । ସୂଚନା ଅନୁସାରେ ଏବେ ଏସଆଇଟି ସ୍କାନରେ ଅଭିଯୁକ୍ତର ପରିବାର ରହିଛନ୍ତି । 

ପରୀ ହତ୍ୟା ପ୍ରସଙ୍ଗ ଅଭିଯୁକ୍ତର ପରିବାର ପୂର୍ବରୁ ଜାଣିଥିବା ଏସଆଇଟି ସନ୍ଦେହ କରୁଛି ଏବଂ ଏହାକୁ ପ୍ରମାଣ କରିବା ପାଇଁ ପୁଣି ଥରେ ଏସଆଇଟି ସରୋଜକୁ ରିମାଣ୍ଡରେ ନେବାକୁ ଯାଉଛି । ଏଥି ସହିତ ଏଭଳି ବିଭତ୍ସ ହତ୍ୟାକାଣ୍ଡ ସରୋଜ ଏକୁଟିଆ କରିଛି ନା ଏଥିରେ ତାର ପରିବାର ଲୋକଙ୍କ ସମ୍ପୃକ୍ତି ରହିଛି କିମ୍ବା ଅନ୍ୟ କାହାର ସମ୍ପୃକ୍ତି ରହିଛି ସେ ବିଷୟରେ ସତ ଓଗାଳିବା ପାଇଁ ଅଭିଯୁକ୍ତର ବ୍ରେନ୍ ମ୍ୟାପିଙ୍ଗ କରିପାରେ ଏସଆଇଟି ବୋଲି ସୂଚନା ରହିଛି ।

By amfnews

Related Post