Fri. Aug 14th, 2026

ପରସ୍ତ୍ରୀ ସହ ଅବୈଧ ସଂପର୍କ ରଖିଥିବାରୁ ଯୁବକଙ୍କ ଉପରକୁ ଗୁଳିମାଡ

251 Views

ନୂଆଦିଲ୍ଲୀ, ଡିସେମ୍ବର ୨୧ : ନିହାଲ ବିହାର ଅଞ୍ଚଳରେ ଗତ ବୁଧବାର ରାତିରେ ଜଣେ ଯୁବକଙ୍କୁ  ଗୁଳି ମାରି ହତ୍ୟା କରାଯାଇଛି। ସେହି ରକ୍ତାକ୍ତ ଯୁବକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।
ନିହାଲ ବିହାର ଥାନାର ପୁଲିସ ହତ୍ୟା ସନ୍ଦେହ କରାଯାଇଛି ଏକ ମାମଲା ରୁଜ୍ଜୁ କରାଯାଇଛି। ବରିଷ୍ଠ ପୁଲିସ ଅଧିକାରୀଙ୍କ ଅନୁଯାୟୀ ମୃତ ଯୁବକଙ୍କ ବୟସ ୨୮ ବର୍ଷ ଓ ତାଙ୍କର ନାଆଁ ବିକାଶ ଯାଦବ। ସେ ଏକ ଜୋତା କାରଖାନାରେ କାମ କରୁଥିଲେ। ବୁଧବାର ବିଳମ୍ବିତ ରାତିରେ ଲକ୍ଷ୍ମୀ ପାର୍କର ଗଳିରେ ତା’ଉପରକୁ ଗୁଳି ମରାଯାଇଥିଲା। ଗୁରୁବାର ଭୋର ୩ଟା ବେଳେ ହସ୍ପିଟାଲରୁ ଫୋନ୍‌ କଲ୍‌ ଆସିଥିଲା।

ଏହି ହତ୍ୟାକାଣ୍ଡ ସଂପର୍କରେ କେତେକ ସାକ୍ଷୀଙ୍କର ବୟାନ୍‌ ଦରଜ କରିଛି ପୁଲିସ। ଏହି ହତ୍ୟାକାଣ୍ଡ ପଛରେ ପ୍ରେମ ସଂପର୍କ ଥିବା କୁହାଯାଉଛି। ବିକାଶ ଯାଦବଙ୍କର ହତ୍ୟାକାରୀର ପତ୍ନୀ ସହିତ ଅନୈତିକ ସଂପକ ଥିଲା ବୋଲି ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

By amfnews

Related Post