Thu. Jun 4th, 2026

ପରଲୋକରେ ବଲିଉଡର ବର୍ଷିୟାନ୍‌ ଅଭିନେତା-ସଂଳାପ ଲେଖକ କାଦର ଖାନ

366 Views

ମୁମ୍ବାଇ: ଆଜି ସକାଳେ ବଲିଉଡର ଲୋକପ୍ରିୟ ଅଭିନେତା ତଥା ପ୍ରଖ୍ୟାତ ସଂଳାପ ଲେଖକ କାଦର ଖାନଙ୍କ ପରଲୋକ ଘଟିଛି ବୋଲି କହିଛନ୍ତି କାଦରଙ୍କ ପୁତ୍ର ସରଫରାଜ୍ ଖାନ୍। ସେ କହିଛନ୍ତି ଯେ ବାପାଙ୍କର ଚିକିତ୍ସା କାନାଡାରେ ଚାଲିଥିଲା। ତାଙ୍କ କଥା ଡାକ୍ତରମାନେ ଭଲଭାବେ ବୁଝୁଥିଲେ। ହେଲେ କାଦର୍‌ ଖାନଙ୍କୁ ସେମାନେ ବଞ୍ଚାଇ ପାରି ନଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା।

ଏଠାରେ ସୂଚନାଯୋଗ୍ୟ ଯେ କାଦରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ବୋଲି ଗତ ଶୁକ୍ରବାର ଖବର ହସ୍ତଗତ ହୋଇଥିଲା। କାଦର ଖାନ ଏବେ କାନାଡାରେ ପୁଅ ସର୍ଫରଜ ଏବଂ ବୋହୂଙ୍କ ସହ ରହୁଥିଲେ।କାଦର୍‌ ଖାନ୍‌୧୯୭୩ରେ ରିଲିଜ୍‌ ହୋଇଥିବା ସୁପରହିଟ୍‌ ସିନେମା ‘ଦାଗ୍‌’ରୁ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ଏହାପରେ ସେ ତାଙ୍କର ସୁଦୀର୍ଘ କ୍ୟାରିଅରଭିତରେ ପ୍ରାୟ ୩୦୦ରୁ ଅଧିକ ସିନେମାରେ ଅଭିନୟ କରିଥିଲେ। ତାଙ୍କ ଅଭିନୀତ କେତେକ ଉଲ୍ଲେଖନୀୟ ସିନେମା ହେଲା ହିିମ୍ମତଓ୍ଵାଲା , ମଓ୍ଵାଲି,କାଲାବାଜାର ,ଖୁଦଗର୍ଜ,କୁଲି ,ଜୈସି କରନି ବୈସି ଭରନି ଆଦି। ଖାଲି ସେତିକି ନୁହେଁ ସେ ୨୫୦ର ଅଧିକ ସିନେମାରେ ସଂଳାପ ବି ଲେଖିଥିଲେ।

କାବୁଲରେ ଜନ୍ମଗ୍ରହଣ ହୋଇଥିବା କାଦର ଖାନ୍‌ କାନାଡାରରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

By amfnews

Related Post