Thu. May 16th, 2024

ପରଦାରେ ଦେଖିବାକୁ ମିଳିବ ସ୍ବର୍ଗତ ଇରଫାନ ଖାନଙ୍କ ଏକ ନୂଆ ଫିଲ୍ମ

By amfnews Dec 29, 2020 #Featured
243 Views

ନୂଆଦିଲ୍ଲୀ, ଡିସେମ୍ବର ୨୯ : ବଲିଉଡର ପ୍ରସିଦ୍ଧ ଅଭିନେତା ସ୍ବର୍ଗତ ଇରଫାନ୍ ଖାନ୍‌ଙ୍କ ପ୍ରଶଂସକଙ୍କ ପାଇଁ ଖୁସିଖବର । ପରଦାରେ ପୁଣିଥରେ ଏକ ନୂଆ ଫିଲ୍ମ ମାଧ୍ୟମରେ ତାଙ୍କ ଲୋକପ୍ରିୟ ଅଭିନେତାଙ୍କ ନିଖୁଣ ଅଭିନୟରେ ହଜିବାର ସୁଯୋଗ ପାଇବେ। ୨୦୨୧ରେ ରିଲିଜ୍ ହେବାକୁ ଯାଉଛି ଇର୍‌ଫାନଙ୍କ ଶେଷ ଫିଲ୍ମ  ।

ତାଙ୍କର ଏହି ଫିଲ୍ମର ନାଁ ରହିଛି ‘ଦ ସଙ୍ଗ୍ ଅଫ୍ ସ୍ମର୍ପିଅନ୍ସ’ । ଫିଲ୍ମଟି ଦୀର୍ଘ ଦିନ ଧରି ପଡି ରହିଥିଲା ଆଉ ଏବେ ଏହି ଫିଲ୍ମର ନିର୍ମାତା ଏହାକୁ ରିଲିଜ୍ କରିବାର ନିଷ୍ପତି ନେଇଛନ୍ତି । ୩ ବର୍ଷ ପୂର୍ବରୁ ଏହାର ପ୍ରିମିୟର ସ୍ୱିଜର୍‌ଲାଣ୍ଡର ଲୋକାର୍ଣ୍ଣ ଫିଲ୍ମ ଫେଷ୍ଟିଭାଲ୍‌ରେ କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ୨୦୨୦ ଏପ୍ରିଲ ୨୯ ତାରିଖରେ ବଲିଉଡର ପ୍ରସିଦ୍ଧ କଳାକାର ଇରଫାନ୍ ଖାନ୍ କର୍କଟରେ ଚିକିତ୍ସିତ ହେଉଥିବା ସମୟରେ ଦେହାନ୍ତ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ବଲିଉଡ ଇଣ୍ଡଷ୍ଟ୍ରିରେ ଖେଳିଯାଇଥିଲା ଶୋକର ଛାୟା । ତେବେ ୨୦୨୧ରେ ତାଙ୍କୁ ଶେଷ ଥର ପାଇଁ ବଡ ପରଦାରେ ଦେଖିବେ ଦର୍ଶକ ବୋଲି ଘୋଷଣା ହୋଇଛି ।

By amfnews

Related Post