Wed. Jul 1st, 2026

ପଦ୍ମପୁର ରେଲା ଗ୍ରାମରେ ବଜ୍ରପାତ, ୫ ଗୁରୁତର

237 Views

ରାୟଗଡ଼ା  : ପଦ୍ମପୁର ବ୍ଲକ୍ ଜାତିଲି ପଞ୍ଚାୟତ ରେଲା ଗ୍ରାମରେ ଆଜି ସଂଧ୍ୟାରେ ବଜ୍ରପାତ ହୋଇଛି। ବଜ୍ରପାତରେ ଗୋଟିଏ ପରିବାରର ୫ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ଚିକିତ୍ସା ପାଇଁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି। ଗ୍ରାମର ରଣା ମାଳିଙ୍କ ପରିବାର ଲୋକ ସଂଧ୍ୟାରେ ବର୍ଷା, ପବନ ହେବା କାରଣରୁ ଘର ଅଗଣାରେ ଏକତ୍ର ବସିଥିଲେ। ଏହି ମସୟରେ ହଠାତ୍ ବଜ୍ରପାତ ହୋଇଥିଲା। ଫଳରେ ରଣା ମାଳିଙ୍କ ସମେତ ତୁଳସୀ ମାଳି (୧୩), କସ୍ତୁରୀ ଶବର (୧୩), ନନ୍ଦିନୀ ଶବର (୨୫) ଓ ରଘୁ ମାଳି (୧୨) ଗୁରୁତର ଭାବେ ଆହତ ହୋଇଥିଲେ। ଗ୍ରାମବାସୀ ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତି କରିବାକୁ ୧୦୮ ଆମ୍ବୁଲାନସକୁ ଖବର ଦେଇଥିଲେ। କେନ୍ଦୁଗୁଡାରୁ ୧୦୮ ଆମ୍ବୁଲାନସ ଯାଇ ଗ୍ରାମରେ ପହଞ୍ଚିବା ପରେ ସମସ୍ତଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା।

By amfnews

Related Post