Mon. Oct 5th, 2026

ପଞ୍ଜାବର ତର୍ଣ୍ଣ ତରଣ ଜିଲ୍ଲାରେ ପାକିସ୍ତାନୀ ଡ୍ରୋନ୍‌କୁ ଖସାଇଲା ବିଏସ୍‌ଏଫ୍‌; ହାଇ ଆଲର୍ଟ ଜାରି

430 Views

ନୂଆଦିଲ୍ଲୀ: ପଞ୍ଜାବର ତର୍ଣ୍ଣ ତରଣ ଜିଲ୍ଲା ଅନ୍ତର୍ଗତ ଖେମ୍‌ କରଣ ସେକ୍ଟର୍‌ ଠାରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଗୋଟାଏ ପାକିସ୍ତାନୀ ଡ୍ରୋନ୍‌କୁ ଗୁଳି ମାରି ଖସାଇ ଦେଇଛନ୍ତି।

ପରେ ପରେ ସୀମାନ୍ତ ଗାଁଗଣ୍ଡା ଏବଂ ଆଖପାଖ ଅଞ୍ଚଳରେ ହାଇଆଲର୍ଟ ଜାରି ହୋଇଛି।ବୁଧବାର ବିଳମ୍ବିତ ରାତ୍ରୀରେ ରୋହତକ ଜିଲ୍ଲାର ବିଓପି ଠାରେ ଡ୍ରୋନ୍‌ଟି ଦେଖା ଦେଇଥିଲା। ପରେ ପରେ ବିଏସ୍‌ଏଫ୍‌ ଏହାକୁ ଆଣ୍ଟି-ଏୟାର୍‌କ୍ରାଫ୍‌ଟ୍‌ ବନ୍ଧୁକ ଚଳାଇ ଖସାଇ ଦେଇଥିଲା। କିନ୍ତୁ, ଡ୍ରୋନ୍‌ଟି ଭାରତ ସୀମା ପଟେ କି, ପାକିସ୍ତାନ ସୀମା ପଟେ ପଡ଼ିଛି ତାହା ଜଣାପଡ଼ି ନାହିଁ।ଗାଁ ସରପଞ୍ଚ ଲଖବୀର ସିଂହଙ୍କ କହିବା ଅନୁସାରେ, ସେ ଡ୍ରୋନ୍‌ଟିକୁ ଦେଖିବା ପରେ ଗୁଳି ମରାଯାଇ ତାହାକୁ ଖସାଇ ଦିଆ ଯାଇଥିଲା।

By amfnews

Related Post