Fri. May 22nd, 2026

ପଛକଥା ଭୁଲି ବିଧାନସଭା ଆଗରେ କୋଳାକୋଳି ହେଲେ ଏନସିପି ନେତା ଅଜିତ୍ ପାୱାର ଓ ତାଙ୍କ ଭଉଣୀ ସୁପ୍ରିୟା ସୋଲେ

166 Views

ନୂଆଦିଲ୍ଲୀ: ୨୪ ଘଣ୍ଟା ଭିତରେ ବଦଳିଛି ମହାରାଷ୍ଟ୍ର ରାଜନୀତିର ସମ୍ପୁର୍ଣ୍ଣ ଚିତ୍ର। ୭୮ ଘଣ୍ଟା ମୁଖ୍ୟମନ୍ତ୍ରୀ ପଦରେ ଦେବେନ୍ଦ୍ର ଫଡନଭିସ୍‌ ରହିବା ପରେ ଏବେ ଶିବସେନା ପ୍ରମୁଖ ଉଦ୍ଧବ୍‌ ଠାକରେ ଧରିବେ ମହାରାଷ୍ଟ୍ରର ମଙ୍ଗ। ଏନସିପିକୁ ଛାଡି ବାଟବଣା ହୋଇ ବିଜେପିକୁ ଯାଇଥିବା ଅଜିତ୍ ପାୱାର୍‌ ପୁଣିଥରେ ଘର ଲେଉଟାଣି ହୋଇଛନ୍ତି ଏବଂ ତାଙ୍କୁ ଆଲିଙ୍ଗନ କରି ସ୍ବାଗତ କରିଛନ୍ତି ଏନସିପି ନେତ୍ରୀ ତଥା ଭଉଣୀ ସୁପ୍ରିୟା ସୋଲେ। ଏହି ସମୟରେ ସୁପ୍ରିୟା କହିଛନ୍ତି, ଜୀବନରେ ଏମିତି ଛୋଟ ମୋଟ ଝଗଡ଼ା ତ ଚାଲେ। ବୁଧବାର ସକାଳେ ସବୁ ପୁରୁଣା କଥାକୁ ଭୁଲି ଆଜି ବିଧାନସଭା ଆଗରେ ଅଜିତଙ୍କୁ ଆଲିଙ୍ଗନ କରି ସ୍ବାଗତ କରିଥିଲେ ସୁପ୍ରିୟା।

Related image
ଏଭଳି ସମୟରେ ଗଣମାଧ୍ୟମକୁ ସାକ୍ଷାତ କରି ଏନସିପି ନେତ୍ରୀ ସୁପ୍ରିୟା ସୋଲେ କହିଥିଲେ , କଂଗ୍ରେସ-ଏନସିପି ଏବଂ ଶିବସେନା ଏକାଠି ହେଲେ ବି ନିଜ ଏଜେଣ୍ଡାରେ ସବୁ ଆଗକୁ ବଢୁଛନ୍ତି। କୌଣସି ସ୍ଥାନରେ କିଛି ଅସୁବିଧା ନ ଉପୁଜୁ ତେଣୁ ଆମେ ସିଏମପି ପ୍ରସ୍ତୁତ କରିଛୁ ଏବଂ ଏହାର ଆଧାରରେ ହିଁ ଆଗକୁ ବଢୁଛୁ। ଆମ ଫୋକସ୍‌ ସବୁବେଳେ ଭଲ ସରକାର ଆଡ଼କୁ ହିଁ ରହିଛି।

ଅନ୍ୟ ପକ୍ଷରେ, ମହାରାଷ୍ଟ୍ରରେ ଫଡନାଭିସ୍ ସରକାର ଭାଙ୍ଗିବା ପରେ ଦେବେ‌ନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ କରିଥିବା ଟୁଇଟ୍ ଚର୍ଚ୍ଚାର ବିଷୟ ପାଲଟିଛି। ଟୁଇଟରେ, ମୁଁ ପୁଣି ଥରେ ଫେରିବି ବୋଲି ଲେଖିବା ସହ ମହାରାଷ୍ଟ୍ରର ଜନତାଙ୍କୁ କ୍ଷମତାରେ ଥିବା ୫ବର୍ଷ ପାଇଁ ଧନ୍ୟବାଦ୍ ଜଣାଇଛନ୍ତି। ଏହା ସହ ମୁଁ ମୋ କ୍ଷମତା ଅନୁସାରେ ନିଜର ଭୂମିକା ନିଭାଇବା ପାଇଁ ଚେଷ୍ଟା କରିଛି ବୋଲି ଲେଖିଛନ୍ତି ଅମୃତା ଫଡନାଭିସ।

By amfnews

Related Post